Latest Odisha News

BREAKING NEWS

ଭୁବନ ଅଞ୍ଚଳରେ NH କାମ କରୁଥିବା ଠିକାସଂସ୍ଥା କ୍ୟାମ୍ପରୁ ୧୪ ସଂକ୍ରମିତ, କଟକଣାକୁ ବେଖାତିର ଅଭିଯୋଗ

ଢେଙ୍କାନାଳ: ଜାତୀୟ ରାଜପଥ କାମ ନେଇଥିବା ଠିକାସଂସ୍ଥାରୁ ଏକାଥରକେ ୧୪ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ଦେଇଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ସଂମ୍ରସାରଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ବାଲାଜୀ ଇଞ୍ଜିକନ୍ ଲିମିଟେଡର ୧୪ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହାପରେ କମ୍ପାନୀର କ୍ୟାମ୍ପକୁ ଆସନ୍ତା ୭୨ ଘଣ୍ଟା ଯାଏ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ।

ତେବେ କଣ୍ଟେନମେଣ୍ଟ କଟକଣାକୁ କାହାର ଖାତିର ନାହିଁ । କ୍ୟାମ୍ପ ଭିତରକୁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରମିକ ଯାଆସ କରୁଛନ୍ତି । କଣ୍ଟେନମେଣ୍ଟ ଜୋନ୍ ବାହାରକୁ ଯାଇ ରାସ୍ତା କାମରେ ନିୟୋଜିତ ଅଛନ୍ତି ଶ୍ରମିକ । କୋଭିଡ୍ ଗାଇଡଲାଇନକୁ ଠିକାସଂସ୍ଥା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଆଗକୁ ଅଧିକ ଲୋକ ସଂକ୍ରମିତ ହେବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.