Latest Odisha News

BREAKING NEWS

ଜିଦ୍ ରେ ଅଟଳ ଘରୋଇ ବସ୍ ସଂଘ, ବାରିପଦା ବସଷ୍ଟାଣ୍ଡରୁ ଗଡିଲା ୧୪ଟି ସରକାରୀ ବସ୍‌

ବାରିପଦା: ବାରିପଦା ବସଷ୍ଟାଣ୍ଡରୁ ଗଡିଲା ୧୪ଟି ସରକାରୀ ବସ୍‌ । ପ୍ରଶାସନର ହସ୍ତକ୍ଷେପ ପରେ ଆରଟିଓଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ୧୪ଟି ସରକାରୀ ବସ୍ ଗଡ଼ିଛି । ଘରୋଇ ବସ୍‌ ଚଳାଚଳ ବନ୍ଦ ଥିବାରୁ ବାରିପଦାରେ ସରକାରୀ ବସ୍ ଗଡିଛି । ସମୟ ନିର୍ଘଣ୍ଟକୁ ନେଇ ହଣାକଟା ପରେ ଗତକାଲିଠି ବାରିପଦାରେ ବନ୍ଦ ରହିଛି ଘରୋଇ ବସ୍‌ ଚଳାଚଳ । ଗତକାଲି ଏସପିଙ୍କ ହସ୍ତକ୍ଷେପ ସତ୍ତ୍ବେ ମଧ୍ୟ ଏଯାବତ୍ ଗଡୁନି ଘରୋଇ ବସ୍‌ । ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ।

ସୂଚନା ଅନୁସାରେ, ବସଷ୍ଟାଣ୍ଡରୁ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ୨ ଗୋଷ୍ଠୀ ମଧ୍ୟରେ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ୬ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ପିଆରଏମ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ସେଥିରୁ ୨ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଛି। ୨ ଗୋଷ୍ଠୀ ମାରପିଟ ଘଟଣାରେ ୧୦ ଜଣଙ୍କୁ ଅଟକ ରଖିବା ସହ ବାରିପଦା ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଉକ୍ତ ଘଟଣାକୁ ନେଇ ଗତକାଲି ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଥିଲା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବସ୍ ଚଳାଚଳ ବନ୍ଦ କରିଛନ୍ତି ଘରୋଇ ବସ୍ ସଂଘ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ ଚଳାଚକ ବନ୍ଦ ହୋଇଥିବା କାରଣରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ।

Leave A Reply

Your email address will not be published.