Latest Odisha News

୧୦ ନୁହେଁ, ୧୪ ଘଣ୍ଟା

ନୂଆଦିଲ୍ଲୀ: ଆଇଟି କମ୍ପାନିର କର୍ମଚାରୀମାନେ ଦିନକୁ କେତେ ଘଂଟା କାମ କରିପାରିବେ ? ଦିନକୁ କେତେ ଘଂଟା କାମ କରିବା ଦରକାର ? ଘରୋଇ ଆଇଟି କମ୍ପାନିମାନେ ତ କର୍ମଚାରୀଙ୍କୁ ଅଧିକରୁ ଅଧିକ ଘଂଟା ଖଟାଇବାକୁ ଚାହାନ୍ତି । ଏଥିରେ ବାଧକ ସାଜିଛି ଶ୍ରମ ଆଇନ । କର୍ଣ୍ଣାଟକରେ ଆଇଟି କଂପାନିମାନେ ଏବେ କର୍ମଚାରୀଙ୍କୁ ଦିନକୁ ୧୪ ଘଂଟା କାମ କରାଇବାକୁ ଚାହାନ୍ତି । ଦିନକୁ ୧୪ ଘଂଟା କାମ ପାଇଁ ଆଇନରେ ସଂଶୋଧନ କରିବାକୁ ଆଇଟି କମ୍ପାନିମାନେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ବର୍ତ୍ତମାନର ଶ୍ରମ ଆଇନ ଅନୁସାରେ ସର୍ବାଧିକ ୯ ଘଂଟା ହିଁ ଜଣେ କର୍ମଚାରୀ କାମ କରିବ । ବେଶୀ ହେଲେ ଆଉ ଘଂଟାଏ ଓଭରଟାଇମ । କର୍ଣ୍ଣାଟକର ଆଇଟି କମ୍ପାନିମାନେ କର୍ମଚାରୀମାନଙ୍କ ୱାର୍କିଂ ଆୱାର ମୋଟ ୧୪ ଘଂଟା ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି । ନିୟମିତ ୧୨ ଘଂଟା ସହ ଆଉ ଦୁଇ ଘଂଟା ଓଭରଟାଇମ । ମୋଟ ୧୪ ଘଂଟାର ୱାର୍କିଂ ଆଓା୍ୱର ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କର୍ଣ୍ଣାଟକ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୬୧ରେ ସଂଶୋଧନ ପାଇଁ ଆଇଟି କମ୍ପାନିମାନେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ ସଂଶୋଧିତ ବିଧେୟକ ପ୍ରସ୍ତୁତ ହେଉଛନ୍ତି ।

ୱାର୍କିଂ ଆୱାର ବୃଦ୍ଧି ପ୍ରସ୍ତାବକୁ ଜୋରଦାର ବିରୋଧ କରାଯାଇଛି । ବିବୃତି ଜାରି କରି ପ୍ରସ୍ତାବକୁ ଦୃଢ ବିରୋଧ କରିଛି କର୍ଣ୍ଣାଟକ ଆଇଟି କର୍ମଚାରୀ ସଂଘ – କେଆଇଟିୟୁ । ୱାର୍କିଂ ଆୱାର ବଢିଲେ ସିଫ୍ଟ ସଂଖ୍ୟା କମିବ । ଏହାଦ୍ୱାରା ଏକ ତୃତୀୟାଂଶ ଆଇଟି କର୍ମଚାରୀ ଚାକିରି ହରାଇବେ ବୋଲି ଚେତାବନୀ ଜାରି କରିଛି କର୍ଣ୍ଣାଟକ ଆଇଟି କର୍ମଚାରୀ ସଂଘ । ୱାର୍କିଂ ଆୱାର ବୃଦ୍ଧି କରା ଗଲେ ଆଇଟି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେବ ବୋଲି ଚେତାଇ ଦେଇଛି ସଂଘ । ଏଦିଗରେ ଆଗକୁ ନ ବଢିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି କେଆଇଟିୟୁ । ୧୪ ଘଂଟିଆ ସିଫ୍ଟ ପାଇଁ ଅନୁମତି ଦିଆଗଲେ ରାଜ୍ୟର ୨୦ ଲକ୍ଷ ଆଇଟି କର୍ମଚାରୀ ପ୍ରଭାବିତ ହେବେ ।

୧୪ ଘଂଟା କାମ ପ୍ରସ୍ତାବ ଅତି ଅମାନବିକ ଓ ବିପଜ୍ଜନକ ବୋଲି ଆଇଟି କର୍ମଚାରୀ ସଂଘ କହିଛି । କେସିସିିଆଇ ରିପୋର୍ଟ ଅନୁସାରେ ଆଇଟି ସେକ୍ଟରରେ୯-୧୦ ଘଂଟା କାମ କରି ୪୫ ପ୍ରତିଶତ କର୍ମଚାରୀ ଡିପ୍ରେସନ ଭଳି ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସାମନା କରିଥାଆନ୍ତି । ୫୫ ପ୍ରତିଶତ କର୍ମଚାରୀ ଶାରିରୀକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଯଦି ୱାର୍କିଂ ଆୱାର ଅଧିକ ବଢିବା ସହ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅଧିକ ପ୍ରଭାବିତ ହେବ । କେବଳ ପ୍ରୋଫିଟ ପାଇଁ ରାଜ୍ୟ ସରକାର ଓ ଆଇଟି କମ୍ପାନିମାନେ କର୍ମଚାରୀମାନଙ୍କୁ ମେସିନ ବୋଲି ଭାବୁଛନ୍ତି । ଏଭଳି ମାନସିକତା ଦୂର ହେବା ଦରକାର ବୋଲି କର୍ଣ୍ଣାଟକ ଆଇଟି କର୍ମଚାରୀ ସଂଘ କହିଛି । ଏବେ ସିଦ୍ଦରମୈୟା ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିବ ନଜର ।

Comments are closed.