Latest Odisha News

BREAKING NEWS

ନେପାଳରେ ଭୟଙ୍କର ଭୂସ୍ଖଳନ, ଗଲାଣି ୧୪ ଜୀବନ

କାଠମାଣ୍ଡୁ: ଭୂକମ୍ପ ହେଉ କିମ୍ବା ବର୍ଷା କି ସୁନାମି ଏହାର ପ୍ରଭାବରେ ସବୁବେଳେ ନେପାଳ କ୍ଷତିଗ୍ରସ୍ତ ହୋଇଥାଏ । ଏଥର ମଧ୍ୟ ନେପାଳରେ ବର୍ଷା ହେତୁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ବଜ୍ରପାତ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଶହ ଶହ ଲୋକଙ୍କ ଘର ଦ୍ବାର ଭାଷି ଯାଇଛି । ବାସହରା ହୋଇପଡିଛନ୍ତି ଲୋକେ ।

ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ (ଏନଡିଆରଆରଏମଏ) ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଯେଉଁଥିରେ ମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବଜ୍ରପାତ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ବନ୍ୟା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି ।

ଏନଡିଆରଆରଏମଏ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪୪ ଟି ଘଟଣା ପଞ୍ଜିକୃତ ହୋଇଛି । ଏହି ଭୂସ୍ଖଳନରେ ଦୁଇ ଜଣ ନିଖୋଜ ଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ନେପାଳର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ମୌସୁମୀ ସକ୍ରିୟ ହେବାର ୧୭ ଦିନ ମଧ୍ୟରେ ୨୮ଜଣଙ୍କର ମୃତ୍ୟୁ ଘଟିଛି । ଏହି କାରଣରୁ ୩୩ ଟି ଜିଲ୍ଲା ପ୍ରଭାବିତ ହୋଇଛି, ଯେଉଁଥିରେ ୧୪୭ ଟି ଘଟଣା ଘଟିଛି । ବଜ୍ରପାତରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.