Latest Odisha News

ରାଜ୍ୟରେ ବିଗୁଡୁଛି ସ୍ଥିତି: ଚିହ୍ନଟ ହେଲେ ଆଉ ୧୪ କରୋନା ପଜିଟିଭ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ସକାଳୁ ଚିହ୍ନଟ ହୋଇଛନ୍ତି ଆଉ ୧୪ ପଜିଟିଭ ।

ଚିହ୍ନଟ ୧୪ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୨, ସୁନ୍ଦରଗଡ ଜିଲ୍ଲାର ଜଣେ ଏବଂ କେନ୍ଦ୍ରାପଡା ଜିଲ୍ଲାର ଜଣେ ବ୍ୟକ୍ତି ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ମୋଟ ସଂଖ୍ୟା ୧୩୭ରେ ପହଂଚିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.