Latest Odisha News

BREAKING NEWS

ଓଡ଼ିଶାରେ ଜୁନରେ ୧୭% କମ୍ ବର୍ଷା, ୧୪ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଜୁନରେ ବର୍ଷା ହୋଇଛି । କିନ୍ତୁ ଜୁନରେ ବର୍ଷା ପରିମାଣ କମିଛି । ସ୍ୱାଭାବିକଠାରୁ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି । ଅର୍ଥାତ୍ ସ୍ୱାଭାବିକ ବର୍ଷା ୨୧୭ ମିଲିମିଟର ଥିବା ବେଳେ ଜୁନ୍ ୧ରୁ ଆଜି ଭିତରେ ୧୮୧.୩ ମିଲିମିଟର ବର୍ଷା ହୋଇଛି । ଏହି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୪ ଜିଲ୍ଲା ବଲାଙ୍ଗିର, ବୌଦ୍ଧ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ନୟାଗଡ଼, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୁରଭଞ୍ଜ ଓ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି । ଯାହା ସ୍ଵାଭିବିକ ବର୍ଷାଠାରୁ ୨୦ରୁ ୫୯% ଯାଏଁ କମ୍ ।

୪ ଜିଲ୍ଲା ପୁରୀ, କଟକ, କେନ୍ଦ୍ରାପଡା ଓ କୋରାପୁଟରେ ସ୍ୱାଭାବିକଠାରୁ ୨୦ରୁ ୫୯ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଛି । ଅବଶିଷ୍ଟ ୧୨ ଜିଲ୍ଲାରେ ଅନୁଭୂତ ହୋଇଛି ସ୍ୱାଭାବିକ ବର୍ଷା। ବର୍ତ୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୮୫.୭ ମି.ମି. ବର୍ଷିଛି । ସବୁଠୁ କମ୍ ୮୪.୩ ମି.ମି. ବର୍ଷା ଗଞ୍ଜାମ ଜିଲ୍ଲାରେ ରେକର୍ଡ ହୋଇଛି ।

ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରେ ୫୨% ଓ ଗଞ୍ଜାମ ଜିଲ୍ଲାରେ ୫୧% କମ୍୍ ବର୍ଷା ରେକର୍ଡ ହୋଇଛି । ସେହିପରି ପୁରୀ ଜିଲ୍ଲାରେ ସର୍ବାଧିକ ୪୬% ଅଧିକ ଓକୋରାପୁଟ ଜିଲ୍ଲାରେ ୩୫% ଅଧିକ ବର୍ଷିଛି । ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ ୩୦୮.୬ ମିମି ବର୍ଷା ରେକର୍ଡ କରାଯାଇଛି ।

Leave A Reply

Your email address will not be published.