Latest Odisha News

BREAKING NEWS

ଖାଇବାକୁ ନ ପାଇ ହଷ୍ଟେଲରୁ ଚାଲି ଚାଲି ପଳାଇ ଆସିଲେ ୧୪ ଛାତ୍ର

କୋରାପୁଟ: ହଷ୍ଟେଲ ଆସିଥିଲେ ପାଠ ପଢିବାକୁ । ହେଲେ ଭୋକିଲା ପେଟରେ କଣ ବା ପାଠ ପଢିବେ ? ତେଣୁ  ଖାଇବାକୁ ନ ପାଇ ହଷ୍ଟେଲରୁ ବାହାରି ଚାଲି ଚାଲି ଘରକୁ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ ଏହି ୧୪ ଛାତ୍ର ।  କୁନି କୁନି ପିଲା ଭୋକିଲା ପେଟରେ ଚାଲି ଚାଲି ଘରକୁ ଫେରୁଛନ୍ତି ।  ଏଭଳି ଏକ ଘଟଣା ଗତକାଲି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଞ୍ଚଳରେ ।

ବୈପାରୀଗୁଡାରେ ରହିଛି ୪୦ ଶଜ୍ୟା ବିଶିଷ୍ଟ ଛାତ୍ରlବାସ ।  ଏହି ଛାତ୍ରlବାସରେ  ମାଦି,ପାମୀ,ତକାଲ,ମାଲିଗୁଡା ଆଦି ଗାଁର ପିଲାମାନେ ରହି ପାଠ ପଢନ୍ତି ।  ପ୍ରାୟ ୧୪ ଜଣ ଛାତ୍ର ଗତକାଲି ହଷ୍ଟେଲ ଛାଡିଛନ୍ତି l ସେମାନେ ହାତରେ ନିଜ ନିଜ ବହି ବସ୍ତାନି ଧରି ହଷ୍ଟେଲ ଛାଡି ଚାଲି ଚାଲି ନିଜ ଗାଁକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l

ଏ ନେଇ ପିଲାଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ, ଛାତ୍ରlବାସରେ ସେମାନଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଉନି  । ଏଣୁ ସେମାନେ ହଷ୍ଟେଲ ଛାଡିଲେ l ଅନ୍ୟପକ୍ଷେ ପିଲାଙ୍କ ଅଭିଭାବକମାନେ ବିଭାଗୀୟ ଅଧିକାରୀଙ୍କ  ଦାୟୀତ୍ୱହୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି l ପିଲାମାନଙ୍କୁ ପାଠ ପଢିବା ପାଇଁ ବାପା-ମା ମାନେ ହଷ୍ଟେଲରେ ଛାଡି ଘରେ ନିଶ୍ଚିନ୍ତରେ ରହିଥିବା ବେଳେ ପିଲାମାନେ ଏଠି ଏପରି ହଇରାଣ ହେଉଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।  ଘଟଣାର ତଦନ୍ତ ପାଇଁ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀଙ୍କୁ ଦାଇତ୍ୱ ଦିଆଯାଇଛି ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.