Latest Odisha News

BREAKING NEWS

ପୁରସ୍କୃତ ହେଲେ ଓଡ଼ିଶାର ୧୪ ସାହାସୀ ଓ ସଫଳ ମହିଳା

ଭୁବନେଶ୍ୱର: ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ଲଢେଇ କରି ତଥା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଓଡ଼ିଶାର ସଫଳ ମହିଳାମାନଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି।

ବଲାଙ୍ଗିର ଜିଲ୍ଲାର ୧୯ ବର୍ଷ ବୟସ୍କା ମାନସୀ ବରିହା ରହିଛନ୍ତି। ଯିଏକି ତାମିଲନାଡୁରେ ଏକ ଇଟା କାରଖାନାରେ କାମ କରୁଥିବା ବେଳେ ଘରକୁ ଛାଡ଼ୁନଥିଲା ମାଲିକ। ୬,୭୫୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ।

ସେହିପରି ଅନେକ ଫ୍ୟାଶନ ସୋରେ ମୁକୁଟ ଜିତିଥିବା ସ୍ବାଗତିକା କୁଅଁର ବଲିଉଡରେ ମଧ୍ୟ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି। ୧୪ ପୁରସ୍କୃତ ମହିଳା ଙ୍କ ମଧ୍ୟରେ ରହିଛନ୍ତି ୧୦ ଟି ଆନ୍ତର୍ଜାତୀୟ ପଦକ ଜିତିଥିବା ଭାରୋତ୍ତୋଳକ ପ୍ରମିଲା କ୍ରିଶାନୀ।

ଓଡିଆ ଦୈନିକ ଖବରକାଗଜ ପ୍ରମେୟ, ନ୍ୟୁଜ୍ ଚ୍ୟାନେଲ୍ ନ୍ୟୁଜ୍ ୭ ଏବଂ ପ୍ରାଚୀନ ପକ୍ଷରୁ ମିଳିତ ଭାବରେ ଆୟୋଜିତ ‘ଓ୍ବିମେନ୍ ଆଚିଭର୍ସ ଅଫ୍ ଓଡିଶା’ କାର୍ଯ୍ୟକ୍ରମରେ ୧୪ ଜଣ ସାହାସୀ ଓ ସଫଳ ମହିଳାଙ୍କୁ ସମ୍ମାନିତ କରାଯାଇଛି।

ପୁରସ୍କାର ପାଇଥିବା ଅନ୍ୟ ମାନଙ୍କ ମଧ୍ୟରେ ରହିଛନ୍ତି ଡ. ଦେବସ୍ମିତା ସାହୁ (ଶିକ୍ଷା), ଡ. ସୁଶମା ସୁଧଶ୍ରୀ (କୃଷି ଗବେଷଣା), ବସୀରନ୍ ବିବି (ସାହିତ୍ୟ), ହିମାନୀ ସାହୁ (ଉଦ୍ୟୋଗୀ), ଜୟନ୍ତୀ ବେହେରା (ପାରା ଆଥଲେଟ୍), ମମତା ସାହୁ (ଲୋକୋ ପାଇଲଟ୍), ସିଲ୍କା ସେଲୋନି (ସାପ ଉଦ୍ଧାରକାରିଣୀ), ଅନୁରାଧା ପାଣିଗ୍ରାହୀ (ସଙ୍ଗୀତ), ଏମ୍ ସ୍ବୟଂପ୍ରଭା (ନୃତ୍ୟ), ରିତାରାଣୀ ଜାନି (ଫ୍ୟାଶନ୍) ଏବଂ ଇଶା ପୁରୋହିତ (କଳା ଓ ସ୍ଥାପତ୍ୟ)।

Comments are closed.