Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ୧୪୦୯ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨୪ ହଜାର ଟପିଲା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୦୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ୧୪୦୯ ଜଣଙ୍କ ମଧ୍ୟରୁ ୨୫୮ ଜଣ ଗଞ୍ଜାମରୁ, ୨୧୮ ଜଣ ଖୋର୍ଦ୍ଧା, ୧୨୮ ୧୨୮ ଜଣ ରାୟଗଡାରୁ, ୧୨୨ ଜଣ ସୁନ୍ଦରଗଡରୁ, ୧୨୧ ଜଣ ପୁରୀରୁ, ୧୨୦ ଜଣ ଗଜପତିରୁ, ୮୪ ଜଣ କୋରାପୁଟରୁ, ୬୮ ଜଣ କଟକରୁ, ୫୮ ଜଣ ବାଲେଶ୍ୱରରୁ, ୩୪ ଜଣ ନବରଙ୍ଗପୁରରୁ, ୩୦ ଜଣ କନ୍ଧମାଳରୁ, ୨୫ ଜଣ ଯାଜପୁରରୁ, ୨୪ ଜଣ ମାଲକାନଗିରିରୁ, ୧୯ ଜଣ କେନ୍ଦୁଝରରୁ, ୧୬ ଜଣ ବଲାଙ୍ଗିରରୁ, ୧୨ ବରଗଡରୁ, ୧୨ ଜଣ କେନ୍ଦ୍ରାପଡାରୁ, ୧୧ ଜଣ ଝାରସୁଗୁଡାରୁ, ୧୦ ଜଣ ନୟାଗଡରୁ, ୯ ଜଣ ବୌଦ୍ଧରୁ, ୮ ଜଣ ନୂଆପଡାରୁ, ୭ ଜଣ ମୟୁରଭଞ୍ଜରୁ, ୫ ଜଣ ଢେଙ୍କାନାଳରୁ, ୪ ଜଣ ଭଦ୍ରକରୁ, ଅନୁଗୁଳ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ଏବଂ ଦେବଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୪,୩୪୯ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୨୪,୪୮୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୨୧୬ ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.