Latest Odisha News

ଦିନକରେ ଦେଶରେ ୧୪ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୮୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୧୪ ହଜାର ୧୯୯ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୦୫ ହଜାର ୮୫୦କୁ ବୃଦ୍ଧି ପାଇଛି ।

BjdElectrycity

ଦେଶରେ ପ୍ରତିଦିନ କମୁଛି ମୃତ୍ୟୁସଂଖ୍ୟା । ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୮୩ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୧ ଲକ୍ଷ ୫୬ ହଜାର ୩୮୫ ଜୀବନ ନେଲାଣି ।

ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୯୬୯୫। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୧ କୋଟି ୦୬ ଲକ୍ଷ ୯୯ ହଜାର ୪୧୦ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୫୦ ହଜାର ୦୫୫ ।

Leave A Reply

Your email address will not be published.