Latest Odisha News

ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ,୧୪୪ ଧାରା ଜାରି କଲା ପୋଲିସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ । ଜାରି ହେଲା ୧୪୪ ଧାରା । କେନ୍ଦୁଝର ଜିଲ୍ଲା ଯୋଡାରେ ହନୁମାନ ଝଣ୍ଡା ନେବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ନାକେଦମ ହେଲା ପୋଲିସ । ପୋଲିସ ଫାଙ୍କା ଗୁଳି ଚାଳନା କରିବା ସହ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରିଛି  ।

ଗତକାଲି ରାମ ନବମୀ ଥିବା ବେଳେ ଯୋଡାରେ ଆଖଡା ଶୋଭାଯାତ୍ରା ବାହାରିଥିଲା । ଶିବ ମନ୍ଦିରରୁ ଝଣ୍ଡା ନେଇ ଯିବାକୁ ଚାହିଁଥିଲେ ଲୋକମାନେ ।ହେଲେ ପୋଲିସ ସେମାନଙ୍କୁ ଅନୁମତି ଦେଇନଥିଲେ । ମାତ୍ର ୫ ଜଣ ଲୋକଙ୍କୁ ଝଣ୍ଡା ନେଇ ଯିବା ପାଇଁ ଅନୁମତି ମିଳଥିଲା । ଫଳରେ କିଛି ଲୋକ ଏହାକୁ ବିରୋଧ କରିଥିଲେ ।ଘଟଣା ସ୍ଥଳରେ ପାଟିତୁଣ୍ଡ ସହ ଉତ୍ତେଜନା ପ୍ରକାଶ ପାଇଥିଲା ।

ପୋଲିସ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା ।ହେଲେ ପରିସ୍ଥିତି ଅଣଆୟତ୍ତ ହୋଇଥିଲା ।ଶେଷରେ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜିର କରିଥିଲା ପୋଲିସ । ଘଟଣା ସ୍ଥଳରେ ବଡବିଲ ଏସଡିପିଓ, ଚମ୍ପୁଆ କଲେକ୍ଟର, ତହସିଲଦାର ପ୍ରଶାସନ ପହଁଞ୍ଚିଛନ୍ତି ।

Leave A Reply

Your email address will not be published.