Latest Odisha News

୬୪ଟି ବିମାନରେ ବିଦେଶରୁ ଫେରିବେ ୧୪ହଜାର ୮ଶହ ପ୍ରବାସୀ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ବାହାର ରାଜ୍ୟରେ ଫଶି ରହିଛନ୍ତି ହଜାର ହଜାର ପ୍ରବାସୀ । ଏମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଏମାନଙ୍କୁ ଫେରାଇ ଆଣିବା ପାଇଁ ୬୪ଟି ବିମାନର ବ୍ୟବସ୍ଥା କରାଯାଇଛି । ଏହି ବିମାନରେ ପ୍ରାୟ ୧୪,୮୦୦ ଲୋକ ବିଦେଶରୁ ସ୍ୱଦେଶ ଫେରିବେ । ଏଥିପାଇଁ ସେମାନେ ପଂଜୀକରଣ ମଧ୍ୟ କରିଛନ୍ତି ବୋଲି ଆଜି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ସେହିପରି ମାଲଦ୍ୱିପ ଓ ପଶ୍ଚିମ ଏସିଆ ଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ୩ଟି ଜାହାଜ ପଠାଯିବ । ବିଦେଶରେ ଫସିଥିବା ଲୋକଙ୍କ ପ୍ରଥମେ ସ୍ୱାସ୍ଥ୍ୟ ଯାଂଚ କରାଯିବ । ଏହାପରେ ଯେଉଁମାନଙ୍କର କୌଣସି ଲକ୍ଷଣ ନଥିବ ସେମାନଙ୍କୁ ହିଁ ଭାରତ ଅଣାଯିବ ।
ପ୍ରଥମ ଦିନରେ ୧୦ଟି ବିମାନ ଯିବ । ଏଥିରେ ୨୩ଶହ ଲୋକଙ୍କୁ ଅଣାଯିବ । ସେହିପରି ଦ୍ୱିତୀୟ ଦିନରେ ୨୫୫୦ ଲୋକ ଚେନ୍ନାଇ, କୋଚି, ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଳୁରୁ ଓ ଦିଲ୍ଲୀରେ ପହଂଚିବେ ।

ସାମାଜିକ ଦୂରତା ପାଇଁ ପ୍ରତି ବିମାନରେ ୨ଶହରୁ ୩ଶହ ଲୋକ ଆସିବେ । ସେହିପରି ଜାହାଜ ଯୋଗେ ଏକ ହଜାର ଲୋକ ଆସିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

Comments are closed.