ବ୍ରହ୍ମପୁର: ଅନ୍ ଲାଇନ୍ରେ ଟଙ୍କା ପଠାଇ କାରବାର କରି ଜଣେ ବ୍ୟବସାୟୀ ଠକେଇର ଶିକାର ହୋଇଛନ୍ତି। ବ୍ରହ୍ମପୁର ସହର ଆସିକା ରୋଡରେ ଥିବା ମହାବୀର ଟ୍ରେଡିଂ କୋ ମାଲିକ ୧୫ଲକ୍ଷ ୬୮ହଜାର ଟଙ୍କାର ଠକେଇ ହୋଇଥିବା ନେଇ ବଡ଼ ବଜାର ଥାନାରେ ଏତଲା ଦେଇଛନ୍ତି। ମହାରାଷ୍ଟ୍ରର ଏକ ସଂସ୍ଥା ତାଙ୍କୁ ପାଇପ୍ ଯୋଗାଇବାକୁ ଟଙ୍କା ନେଇଥିଲା। କିନ୍ତୁ ଟଙ୍କା ପଠାଇବା ପରେ ପାଇପ୍ ପଠାଉ ନାହିଁ କିମ୍ବା ଟଙ୍କା ଫେରସ୍ତ କରୁନାହିଁ। ଏନେଇ ମାଲିକ ସୁମନ୍ତ ସାହୁ ଥାନାରେ ଅଭିଯୋଗ କରିଛନ୍ତି। ସୁମନ୍ତ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଡିଆଇ(ଡକଟିଲ୍ ଆଇରନ୍) ପାଇପ ଯୋଗାଉଛନ୍ତି। ଠିକାଦାର ମାନେ ଅଧିକ ଡିଆଇ ପାଇପ ଆବଶ୍ୟକ ଥିବା କହିବାରୁ ସୁମନ୍ତ ଅନଲାଇରେ କିଛି ସଂସ୍ଥା ସହ ଆଲୋଚନା କରିଥିଲେ। ୨୦୧୮ ଅଗଷ୍ଟ ୨୧ ତାରିଖରେ ମହାରାଷ୍ଟ୍ର ଥାନେ ଅଞ୍ଚଳର ଏମ୍ଏସ୍ ସେବା କର୍ପୋରେସନ୍ର ପ୍ରୋପାଇଟର ମନୋହର କନ୍ଦ ଡିଆଇ ପାଇପ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସୁମନ୍ତ ତାଙ୍କ କଥାରେ ରାଜି ହୋଇ ଅନ୍ଲାଇନ୍ରେ ଟଙ୍କା ପଠାଇଥିଲେ। ପର୍ଯ୍ୟାୟକ୍ରମେ ମନୋହରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୫ଲକ୍ଷ ଟଙ୍କା ପଠାଇଥିଲେ। ମନୋହର ମଧ୍ୟ ୧୯ଲକ୍ଷ ୩୪ ହଜାର ଟଙ୍କାର ଡିଆଇ ପାଇପ୍ ସୁମନ୍ତଙ୍କ ପାଖକୁ ପଠାଇଥିଲେ। କିନ୍ତୁ ବଳକା ୧୫ଲକ୍ଷ ୬୮ହଜାର ଟଙ୍କାର ପାଇପ୍ ସେ ପଠାଇନଥିଲେ। ବାରମ୍ବାର ଯୋଗାଯୋଗ କରିବା ପରେ ସୁମନ୍ତ ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଥିବା ମନୋହରଙ୍କ ଅଫିସ୍ରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ୧୫ଲକ୍ଷ ୬୮ହଜାର ଟଙ୍କାର ୫ଟି ଚେକ୍ ଦେଇଥିଲେ ମନୋହର। ସେ ବ୍ରହ୍ମପୁର ଆସି ଉକ୍ତ ଚେକ୍ ବ୍ୟାଙ୍କରେ ଜମା କରିଥିଲେ। ୨୦୧୯ ଅଗଷ୍ଟ ୩ତାରିଖରେ ସେହି ଚେକ୍ ବାଉନ୍ସ ହୋଇଯାଇଥିଲା। ସେହି ଆକାଉଣ୍ଟରେ ଷ୍ଟପ୍ ପେମେଣ୍ଟ କରାଯାଇଥିବାରୁ ଚେକ୍ ବାଉନ୍ମ ହୋଇଥିବା ଜାଣିବାକୁ ପାଇଥିଲେ ସୁମନ୍ତ। ସେ ପୁଣି ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଥିବା ସେହି ଅଫିସକୁ ଯାଇଥିଲେ। କିନ୍ତୁ ସେଠାରେ ତାଲା ପଡିଥିଲା ଏବଂ କେହି ନଥିଲେ। ଫେରିବା ପରେ ବାରମ୍ବାର ଫୋରେ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ମନୋହର ଧରାଛୁଆଁ ଦେଇନଥିଲେ। ଶେଷରେ ଏନେଇ ସେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି।
BREAKING NEWS
- ସଂସଦର ବଜେଟ ଅଧିବେଶନ, ଭିବି ଜି-ରାମ-ଜି ଓ ଏସଆଇଆର ଉପରେ ହେବନି କୌଣସି ଆଲୋଚନା
- IND vs NZ 4th T20I: ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦
- NKS Bandh Call: ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ
- ବ୍ରହ୍ମପୁତ୍ରରେ ଓଲଟିଲା ଡଙ୍ଗା; ଶିଶୁଙ୍କ ସମେତ ୬ ନିଖୋଜ
- କାଲି ଓଡ଼ିଶା ବନ୍ଦ; ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଫରୱାର୍ଡ଼ ବ୍ଲକର ସମର୍ଥନ
- Mamata Kulkarni: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ
- କେନ୍ଦ୍ର ବଜେଟ୍ ୨୦୨୬-୨୭; ହାଲୱା ଉତ୍ସବ ସହିତ ଅନ୍ତିମ ପର୍ଯ୍ୟାୟରେ ବଜେଟ୍ ପ୍ରସ୍ତୁତି
- ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ କଟକଣା
- Ratna Bhandar: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ହାଇକୋର୍ଟ
- Hardcore Maoist Azad: କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ
Comments are closed.