Latest Odisha News

BREAKING NEWS

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ, ଅଧା ଓଡ଼ିଶାରେ ଦୁଇ ଅଙ୍କ ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ହଜାରେ ତଳେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୩୪ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୩୧୦ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୨୪ । ୧୮ ବର୍ଷ ଭିତରେ ଆଉ ୧୪୭ ଜଣ ପଜିଟିଭ୍ ବାହାରିଛନ୍ତି ।

ସୁନ୍ଦରଗଡ଼ରୁ ସର୍ବାଧିକ ୧୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଉ ୯୩ ଜଣ ସଂକ୍ରମିତ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ଭିତରେ ରହିଛି । ୧୫ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୮୧ହଜାର ୯୮୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୬୫ହଜାର ୮୪୩ ଆକ୍ରାନ୍ତ । ଏବେ ରାଜ୍ୟରେ ୭ହଜାର ୯୯ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.