Latest Odisha News

BREAKING NEWS

ବିଶାଖାପାଟଣା-ରାୟଗଡା ପାସେଞ୍ଜେର ଟ୍ରେନ ଦୁର୍ଘଟଣା: ୧୫ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଆହତ

ରାୟଗଡ଼ା: ବିଶାଖାପାଟଣା-ରାୟଗଡା ପାସେଞ୍ଜେର ଟ୍ରେନ ଲାଇନଚ୍ୟୁତ। ବିଜୟନଗରମ ଆଲୋମଣ୍ଡା ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ କିଛି ବଗି ଟ୍ରେନ ଟ୍ରାକ ବାହାରେ ପଡିଛି। ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି।

ଆଜି ସନ୍ଧ୍ୟାରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଛି। ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ ପଲାସା ପାସେଞ୍ଜରକୁ ପିଟିଲା। ପଲାସାର ଗୋଟିଏ ବଗି ମେନ୍ ଲାଇନରେ ପଡ଼ିବାରୁ ଦୁର୍ଘଟଣା ଘଟିଛି। ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍।  ଘଟଣାର ତଦନ୍ତ ଚାଲିଛି। ଅନ୍ୟପଟେ ରେଳ ବିଭାଗ ଏବଂ ସାମାଜିକ କର୍ମୀଙ୍କ ଦ୍ୱାରା ରେଳରେ ଥିବା ଯାତ୍ରୀମାନଙ୍କର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି। ହେଲପ୍‌ଲାଇନ୍ ନଂ- 0674-2301625, 2301525, 2303069 ।

Leave A Reply

Your email address will not be published.