Latest Odisha News

BREAKING NEWS

ଲଦିଗୁଡାରୁ ମୋହନା ଯାଉଥିବାବେଳେ ଘାଟିକୁ ଓଲଟିଲା ବସ୍: ୧୫ ଯାତ୍ରୀ ଆହତ

ଗଜପତି : ଗଜପତି ଜିଲ୍ଲା ଅଡବା ଥାନା କୁଡିକିମା ଗାଁରେ ଅଭାବନୀୟ ଘଟଣା ଘଟିଛି  । ଭାରସାମ୍ୟ ହରାଇ ଇନ୍ଦ୍ରପୁର ଘାଟିକୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ୭ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଆଜି ଯାତ୍ରୀବାହୀ ବସ୍ ଟି  ଲଦିଗୁଡ଼ାରୁ ମୋହନା ଅଭିମୁଖେ ଯାଉଥିଲା। ଏହି ସମୟରେ ଇନ୍ଦ୍ରପୁର ଘାଟିରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସ୍ ରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି  ।  ପରେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।  ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ବିରିକୋଟ ମେଡିକାଲ୍ ଭର୍ତି କରିଥିଲା  । ପରେ  ଯାତ୍ରୀମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.