Latest Odisha News

ବୁଧ ଗ୍ରହରେ ୧୫ କିଲୋମିଟର ପର୍ଯ୍ୟନ୍ତ ରହିଛି ହୀରାର ପରସ୍ତ

ନୂଆଦିଲ୍ଲୀ: ଗୋଟିଏ ହୀରା ଆମକୁ ମିଳିଗଲେ ତାହା ଆମ ପାଇଁ ଏକ ସ୍ୱପ୍ନ ସଦୃଶ ହୋଇ ଯାଇଥାଏ । ତାହାହେଲେ ଆପଣମାନେ ଚିନ୍ତା କରନ୍ତୁ ଏ ଭଳି ଏକ ସ୍ଥାନ ଅଛି ଯେଉଁଠାରେ ୧୫କିଲୋମିଟର ପର୍ଯ୍ୟନ୍ତ ହୀରର ପରସ୍ତ ପଡି ରହିଛି । ଆଜ୍ଞା ହଁ..ବୁଧ ଗ୍ରହରେ ମାଟି ତଳେ ୧୫ କିଲୋମିଟର ପର୍ଯ୍ୟନ୍ତ ହୀରା ରହିଛି । ନେଚର କମ୍ୟୁନିକେଶନ ଜର୍ଣ୍ଣାଲରେ ଏ ସମ୍ପର୍କୀତ ଏକ ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏହି ହୀରାକୁ ଆମେ ପୃଥିବୀପୃଷ୍ଠକୁ ଆଣିପାରିବା ନାହିଁ । ତେବେ ଏହା ଉପରେ ଗବେଷଣା କରି ବୁଧ ଗ୍ରହ କିପରି ସୃଷ୍ଟି ହୋଇଥିଲା ଓ ଏହାର ଚୁମ୍ବକୀୟ କ୍ଷେତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରିହେବ । ପୃଥିବୀ ତୁଳନାରେ ଏହାର ଚୁମ୍ବକୀୟ କ୍ଷେତ୍ର ଅବଶ୍ୟ ବହୁତ ଦୁର୍ବଳ ।

ନାସାର ମେସେଞ୍ଜର ଏହି ଗ୍ରହ ଉପର ଭାଗରେ ଦେଖାଯାଉଥିବା ଗାଢ଼ ରଙ୍ଗକୁ ଗ୍ରାଫାଇଟ ଭାବେ ଚିହ୍ନଟ କରିଛନ୍ତି । ଯାହା କି କାର୍ବନର ଏକ ସ୍ୱରୂପ ଅଟେ । ୨୦୧୯ର ଏକ ଷ୍ଟଡିରେ ଖୁଲାସା ହୋଇଥିଲା ଯେ, ବୁଧ ଗ୍ରହର ଗଭୀରତା ଯେତିକି ଅନୁମାନ କରାଯାଉଥିଲା ତାହା ଆହୁରି ୫୦ କିଲୋମିଟର ଗଭୀରକୁ ରହିଛି । ଯାହା ଫଳରେ କୋର ଓ ମ୍ୟାଟେଲ ମଧ୍ୟରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥାଏ । ଗ୍ରହ ମଧ୍ୟରେ ରହିଥିବା କାର୍ବନ ଏହି ଚାପ ଫଳରେ ହୀରାରେ ପରିଣତ ହୋଇ ଯାଇଥାଏ । ସେଥିପାଇଁ ହୀରାର ଏ ଭଳି ପରତ ଦେଖିବାକୁ ମିଳିଛି ।

Comments are closed.