Latest Odisha News

BREAKING NEWS

କରୋନାରେ ମୃତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ମିଳିଲା ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ହୋଇଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବୀରଙ୍କ  ପରିବାର ପାଇଁ ଏହି ଆର୍ଥିକ ସହାୟତା ଦିଆଯାଇଥିବା ନେଇ ଘୋଷଣା କରିଛନ୍ତି । ଏଥି ପାଇଁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆର ୩୫ ବର୍ଷୀୟ ସାମ୍ବାଦିକ ପ୍ରବୀରଙ୍କର ଗତ ନଭେମ୍ବର ୫ ତାରିଖରେ ଦେହାନ୍ତ ହୋଇଥିଲା । ଏହାର ଦେଢ ମାସ ପୂର୍ବରୁ ତାଙ୍କ ବାପାଙ୍କର ମଧ୍ୟରେ କରୋନାରେ ମୃତ୍ୟୁ ହୋଇଥିଲା । ଘରେ ତାଙ୍କର ବିଧବା ପତ୍ନୀ ଓ ୨ବର୍ଷର ଏକ ଝିଅ ଅଛନ୍ତି । ପ୍ରବୀର ନିଜର ବ୍ୟବହାର, ମେଳାପୀ ‌ସ୍ୱଭାବ ଯୋଗୁଁ ସମସ୍ତଙ୍କର ପ୍ରିୟଥିଲେ ।

Comments are closed.