Latest Odisha News

BREAKING NEWS

ରେକର୍ଡ; କିସ୍‍ର ୧୫ ଛାତ୍ରଛାତ୍ରୀ ଓସିଏସ୍‍ ପାଇଲେ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‍ ସର୍ଭିସ୍‍ ପରୀକ୍ଷା (ଓସିଏସ୍‍)ରେ କିସ୍‍ର ୧୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। କୌଣସି ଗୋଟିଏ ଜନଜାତି ଶିକ୍ଷାନୁଷ୍ଠାନର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓସିଏସ୍‍ ପାଇବା ଓଡ଼ିଶାରେ ରେକର୍ଡ ବୋଲି କୁହାଯାଉଛି।

କିସ୍‍ର ଛାତ୍ର କଳାହାଣ୍ଡି ଜିଲ୍ଲାର ନନ୍ଦ କିଶୋର ପାତ୍ର ଓ ନୀଳମାଧବ ପାତ୍ର, ମୟୂରଭଞ୍ଜ ଜିଲ୍ଲା ସଞ୍ଜୀବ ହାଁସଦା, ରାମେଶ୍ୱର ହେମ୍ବ୍ରମ୍‍, ଲମ୍ବୋଦର ହେମ୍ବ୍ରମ୍‍, ଟିକିଲିମଣୀ ସୋରେନ୍‍, ସମ୍ବଲପୁର ଜିଲ୍ଲାର ରାଜେଶ କିଷାନ, ସୁମନ୍‍ କୁଜୁର, ବଲାଙ୍ଗୀର ଜିଲ୍ଲାର ଜଗଜ୍ଜୀବନ ମାଝୀ, କନ୍ଧମାଳର ରୁନିତା ପ୍ରଧାନ, ମାଲକାନଗିରି ଜିଲ୍ଲାର ଶ୍ୟାମ ମାଦି ଓ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ୱନାଥ ରଞ୍ଜନ କିଷାନ ଆଦି ଛାତ୍ରଛାତ୍ରୀ ଏହି ସଫଳତା ହାସଲ କରିଛନ୍ତି।

କିସ୍‍ର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓଡ଼ିଶା ସିଭିଲ ସର୍ଭିସ୍‍ ପରୀକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ କିସ୍‍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରତିବର୍ଷ କିସ୍‍ ଛାତ୍ରଛାତ୍ରୀମାନେ ଏହି ସଫଳତା ପାଇ ଆସୁଥିଲେ ମଧ୍ୟ ଚଳିତବର୍ଷ ୧୫ଜଣ ଛାତ୍ରଛାତ୍ରୀ ପିଲା ଓସିଏସ୍‍ରେ କୃତକାର୍ଯ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ପ୍ରତିବର୍ଷ କିସ୍‍ର ଅନେକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆସୁଛନ୍ତି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି, କିସରେ ଛାତ୍ରଛାତ୍ରୀମାନଙ୍କର ସର୍ବୋତ୍କୃଷ୍ଟ ଯତ୍ନ ନିଆଯାଇଥାଏ। ଏହା ସହିତ କିସରେ ଶିକ୍ଷା ସହ କ୍ରୀଡ଼ା ଓ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯାଇଥାଏ। ଜାତୀୟ ଓ ଆଞ୍ଚଳିକସ୍ତରର ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାଙ୍କୁ ଏଠାରେ ସ୍ୱତନ୍ତ୍ର ଭାବେ କୋଚିଂ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ଅବସରରେ କିସର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.