Latest Odisha News

ମୃତ୍ୟୁ ଏମିତି ବି… ଛିଡା ଛିଡା ଚାଲିଗଲା ଜୀବନ

ମିରଟ: କେବେ କେତେବେଳେ କାହାର ମୃତ୍ୟୁ ହେବ ତାହା ବା କାହାକୁ ଜଣା? ହେଲେ ଏ ମୃତ୍ୟୁ ନିଶ୍ଚିତ ତାହା ସମସ୍ତଙ୍କୁ ଜଣା । କିନ୍ତୁ ବେଳେ ବେଳେ ମୃତ୍ୟୁ ଏମିତି ଆସେ ଯାହା ସମସ୍ତଙ୍କୁ ହତବାକ୍ କରିଦିଏ । କିଛି ସେମିତି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ସୁଇମିଂ ପୁଲରୁ ଗାଧୋଇକି ବାହାରିବା ପରେ ଛିଡା ଛିଡା ଚାଲିଗଲା ଜୀବନ ।

ଉତ୍ତରପ୍ରଦେଶର ମିରଟରେ ଜଣେ ନାବାଳକ ଏକ ସୁଇମିଂ ପୁଲରୁ ବାହାରିବାର କିଛି ସମୟ ପରେ ମୃତ୍ୟୁ ବରଣ କରିଛି। ଶୁକ୍ରବାର ଦିନ ଏଭଳି କିଛି ଘଟଣା ଘଟିଥିବା ବେଳେ ସେ ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ତେବେ ୧୫ ବର୍ଷ ବୟସ୍କା ବାଳକଟି ସିୱାଲଖାସର ବାସିନ୍ଦା ବୋଲି ଜଣା ପଡିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ବାଳକଟି ଅତି ଖୁସିର ସହିତ ଅନ୍ୟ ସାଙ୍ଗମାନଙ୍କ ସହିତ ପୁଲରେ ପହଁରୁଥିଲା । ପୁଲରୁ ବାହାରି ପୁଣି ପୁଲ୍ ମଧ୍ୟକୁ ଡିଆଁ ମାରୁଥିଲା । ଏହି କ୍ରମରେ ସେ ପୁଲରୁ ବାହାରି ଆସି ଚାଲିବାର କିଛି ବାଟ ପରେ ହଠାତ୍ ହତାଶ ହୋଇ ତଳେ ପଡ଼ିଯାଇଥିଲା । ପାଖରେ ଉପସ୍ଥିତ ଥିବା ଲୋକେ ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଦୌଡି ଯାଇଥିଲେ । ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁଇମିଂ ପୁଲ୍ ପରିସର ପରିଦର୍ଶକମାନଙ୍କ ପାଇଁ ବନ୍ଦ କରିଥିଲା । ତେବେ ଏନେଇ ନାବାଳକର ପରିବାର ଲୋକେ ପୋଲିସକୁ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ସେପଟେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.