ନ୍ୟୁୟର୍କ : ସୋସିଆଲ ମିଡିଆରେ ଏମିତି ଭିଡ଼ିଓ ଭାଇରାଲ ହୁଏ, ଯାହା ଦେଖିଲେ ମନରେ କ୍ରୋଧ ଆସିଥାଏ । ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ୧୫ ବର୍ଷର ବାଳକ ସ୍ପାଇଡରମ୍ୟାନ୍ ପୋଷାକରେ ବୁଲୁଥିବା ବେଳେ ଜଣେ ଯୁବତୀ ତାଙ୍କ ପ୍ରତି ଏପରି ବ୍ୟବହାର କରିଛନ୍ତି ,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଆମେରିକାର ବାସିନ୍ଦା ୧୫ ବର୍ଷିୟ ଆଡିନ୍ ପେଡନ୍ । ତାଙ୍କୁ ସ୍ପାଇଡ଼ର ମ୍ୟାନ ବହୁତ ପସନ୍ଦ । ତେଣୁ ସେ ସ୍ପାଇଡରମ୍ୟାନ୍ ପୋଷାକ ପିନ୍ଧି ବିଭିନ୍ନ ସ୍ଥାନରେ ନିଜର କୌଶଳ ପ୍ରଦର୍ଶନ କରିଥାନ୍ତି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିବା ସହ ତାଙ୍କୁ ପ୍ରଶଂସା କରିଥାନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଆଡ଼ିନ୍ ସ୍ପାଇଡ଼ର ମ୍ୟାନ ଡ଼୍ରେସ ପିନ୍ଧି ଏକ ପାର୍କ ନିକଟରେ ଛିଡ଼ା ହୋଇ ନିଜର କୌଶଳ ଦେଖାଉଛନ୍ତି । ଏହି ସମୟରେ କିଛି ଯୁବକଯୁବତୀ ଆସି ତାଙ୍କୁ ଦେଖି ଥଟାମଜା କରୁଛନ୍ତି । ଆଡ଼ିନ୍ କିିଛି ନ କହି ଚୁପ୍ ହୋଇ ଛିଡ଼ା ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ହଠାତ ଆଡ଼ିନ୍ଙ୍କ ପାଖକୁ ଯାଇ ତାଙ୍କୁ ଠେଲାପେଲା କରିବା ସହ ମୁହଁକୁ ଏକ ମୁଥ ମାରୁଛନ୍ତି । ଫଳରେ ଆଡ଼ିନ୍ଙ୍କ ନାକ ଫାଟିଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଯୁବକଯୁବତୀ ହସୁଥିବା ଦେଖିବାକୁ ମିଳିଛି ।
ଏହି ଘଟଣାରେ ହଡସନ୍ ଜଳପ୍ରପାତ ପୋଲିସ ଆଡିନ୍ଙ୍କୁ ଆକ୍ରମଣ କରିଥିବା ଯୁବତୀଙ୍କୁ ଗିରଫ କରିଛି । ଆଡିନଙ୍କ ମା ଶେଲି ପେଡୋନ ସୋସିଆଲ ମିଡିଆରେ ତାଙ୍କ ନାବାଳକ ପୁଅ ଉପରେ ହୋଇଥିବା ଏହି ନିର୍ଦ୍ଦୟ ଆକ୍ରମଣକୁ ନିନ୍ଦା କରିଛନ୍ତି ।
Comments are closed.