Latest Odisha News

BREAKING NEWS

ସଦଗୁରୁ ଜାଗୀ ବାସୁଦେବଙ୍କ ଇଶା ଫାଉଣ୍ଡେସନ ଆଶ୍ରମରେ ୧୫୦ ପୋଲିସ

ଚେନ୍ନାଇ: ସଦଗୁରୁ ଜାଗୀ ବାସୁଦେବଙ୍କ ଦ୍ୱାରା ପ୍ରତିଷ୍ଠିତ କୋଏମ୍ବାଟୁରର ଇଶା ଫାଉଣ୍ଡେସନର ଆଶ୍ରମରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ୧୫୦ ଜଣ ପୋଲିସ ଅଧିକାରୀ ଏବଂ ତିନିଜଣ ଡିଏସପିଙ୍କୁ ନେଇ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ନେତୃତ୍ୱରେ ଏହି ସର୍ଚ୍ଚ ଅପରେସନ କରାଯାଇଥିଲା।

ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଫାଉଣ୍ଡେସନ ବିରୋଧରେ ଏହି ଛାନଭିନ କରାଯାଇଥିଲା।

ଅବସରପ୍ରାପ୍ତ ପ୍ରଫେସର ଡ. କାମରାଜ ସଦଗୁରୁ ଜାଗୀ ବାସୁଦେବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗ କରିଥିଲେ ଯେ ତାଙ୍କର ଦୁଇ ଝିଅ ଗୀତା ଏବଂ ଲତାଙ୍କୁ ଇଶା ଫାଉଣ୍ଡେସନ ଆଶ୍ରମରେ ଜବରଦସ୍ତି ଅଟକ ରଖାଯାଇଛି। ତାଙ୍କ ପିଲାମାନଙ୍କ ବ୍ରେନ ୱାଶ କରାଯାଇ ସେମାନଙ୍କୁ ସନ୍ୟାସୀ ହେବାକୁ ବାଧ୍ୟ କରାଯାଇଛି।

ଏହି ଅଭିଯୋଗକୁ ଭିତ୍ତି କରି କୋର୍ଟ କୋଏମ୍ବାଟୁର ପୋଲିସକୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାସହ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ତଦନୁଯାୟୀ, ଏହି ସର୍ଚ୍ଚ ଅପରେସନ୍ ବେଳେ ବିଭିନ୍ନ କୋଠରୀଗୁଡ଼ିକର ତଲାସୀ କରାଯିବା ସହ ସେଠାରେ ରହୁଥିବା ଲୋକଙ୍କୁ ମଧ୍ଯ ପଚରାଉଚରା କରାଯାଇଥିଲା।

 

 

Comments are closed.