Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୫୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଚିନ୍ତା ବଢ଼ାଇଲାଣି କରୋନା ଭୂତାଣୁ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଜାଗ ହେଲାଣି ପ୍ରଶାସନ । ରାଜ୍ୟରେ ୧୩ଶହ ମୁହାଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୫୦ ସଂକ୍ରମିତ । ସେମାନଙ୍କ ମଧ୍ୟରୁ ୩୩ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ, ବାକି ୧୧୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ବରମୁଣ୍ଡା, ଝାରପଡ଼ା, କିଟ୍ ସ୍କୋୟାର, ସୁନ୍ଦରପଦା, ବିଜେବି ନଗର, କଳିଙ୍ଗନଗର, ମୈତ୍ରି ବିହାର, ୟୁନିଟ୍ ୧, ଚନ୍ଦ୍ରଶେଖରପୁର, କଳିଙ୍ଗ ବିହାର, ଓଲ୍ଡ ଟାଉନ୍, ୟୁନିଟ୍ ୨, ଡୁମଡୁମା, କଳ୍ପନା, ରସୁଲଗଡ଼, ୟୁନିଟ୍ ୬, ହଂସପାଳ, ଖଣ୍ଡଗିରି, ସତ୍ୟନଗର ଓ ୟୁନିଟ୍ ୮ରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଇଗଣିଆ, ଗଡକଣା, ଖାଳବେଳନଗର, ପାତ୍ରପଡ଼ା, ଅଶୋକ ନଗର, ଗଜପତି ନଗର, ଲକ୍ଷ୍ମୀବିହାର, ରସୁଲଗଡ଼, ବଡ଼ଗଡ଼, ଆଇଆରସି ଭିଲେଜ, ଲୁଇସ୍ ରୋଡ୍, ଶୈଳଶ୍ରୀବିାହାର ଆଦି ଅଞ୍ଚଳରୁ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.