ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୨୯ଟି ଜିଲ୍ଳାରୁ ୧୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୧୭୬ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
41 from Koraput
39 from Mayurbhanj
38 from Bhadrak
32 from Gajapati
26 from Bolangir
20 from Rayagada
18 from Jagatsinghpur
17 from Jharsuguda
16 from Jajpur
16 from Kendrapara
16 from Keonjhar
15 from Boudh
6 each from Kalahandi, Nabarangpur & Nuapada— H & FW Dept Odisha (@HFWOdisha) August 16, 2020
ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୪୧ ଜଣ, ସୁନ୍ଦରଗଡ଼ରୁ ୧୧୮ ଜଣ, କଟକରୁ ୯୯ ଜଣ, ସମ୍ବଲପୁରରୁ ୮୯ ଜଣ, ଢେଙ୍କାନାଳରୁ ୭୨ ଜଣ, ମାଲକାନଗିରିରୁ ୬୪ ଜଣ, ବାଲେଶ୍ୱରରୁ ୬୩ ଜଣ, କନ୍ଧମାଳରୁ ୬୨ ଜଣ ଓ ପୁରୀରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି କୋରାପୁଟ ଜିଲ୍ଲାରୁ ୪୧ ଜଣ, ମୟୂରଭଂଜରୁ ୩୯ ଜଣ, ଭଦ୍ରକରୁ ୩୮ ଜଣ, ଗଜପତିରୁ ୩୨ ଜଣ, ବଲାଙ୍ଗୀରରୁ ୨୬ ଜଣ, ରାୟଗଡ଼ାରୁ ୨୦ ଜଣ, ଜଗତସିଂହପୁରରୁ ୧୮ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝରରୁ ୧୬ ଜଣ ଲେଖାଏଁ, ବୌଦ୍ଧରୁ ୧୫ ଜଣ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ାରୁ ୬ ଜଣ ଲେଖାଏଁ, ବରଗଡ଼, ସୁବର୍ଣ୍ଣପୁରରୁ ୫ ଜଣ ଲେଖାଏଁ, ଅନୁଗୁଳରୁ ୪ ଜଣ ଓ ନୟାଗଡ଼ରୁ ୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
Comments are closed.