Latest Odisha News

BREAKING NEWS

ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୬ ଯବାନ ମୃତ

ଗାଙ୍ଗଟକ୍: ଉତ୍ତର ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏଥିରେ୧୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଲାଚେନ ଠାରୁ ୧୫ କିଲୋମିଟର ଦୂର ଲାଚେନ ଠାରେ ଆଜି ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଛି ।

୨୦ଜଣ ଯବାନଙ୍କୁ ନେଇ ଆର୍ମିର ଏହି ବସ୍ ସୀମା ପୋଷ୍ଟ ଆଡକୁ ଯାଉଥିଲା । ଜେମାଠାରେ ଏକ ଅଙ୍କାବଙ୍କା ରାସ୍ତା ପାର କରିବା ବେଳେ ଭାରସାମ୍ୟ ହରାଇ ବସଟି ରାସ୍ତାରୁ ଖାତକୁ ଖସିପଡିଥିଲା । ଘଟଣାସ୍ଥଳରୁ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରି ଗ୍ୟାଙ୍ଗଟକସ୍ଥିତ ଏସଟିଏନଏମ୍ ହସପିଟାଲକୁ ନିଆଯାଇଛି । ସେଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ଆର୍ମିକୁ ଶବ ହସ୍ତାନ୍ତର ହେବ । ତେବେ ଯବାନ କେଉଁ ରେଜିମେଣ୍ଟର ଥିଲେ, ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.