Latest Odisha News

ଝାଡଖଣ୍ଡରେ ୧୬ ବିଜେପି ବିଧାୟକ ଆମ ସହ ରହିଛନ୍ତି: ଜେଏମଏମ୍

ରାଞ୍ଚି: ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀଙ୍କୁ ୟୁପିଏର ଅଂଶୀଦାର ଦଳ ତଥା ଝାଡଖଣ୍ଡର ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସମର୍ଥନ କରିବା ପରେ ଲାଗୁଥିଲା ଦଳ ବିଜେପି ଆଡକୁ ଢଳୁଛି । କିନ୍ତୁ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଖୋଦ୍ ଶାସକ ଦଳ ଦାବି କରିଛି ଯେ ବିରୋଧୀ ଦଳ ବିଜେପିର ୧୬ ବିଧାୟକ ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହିତ ରହିଛି। ଦଳର ନେତା ସୁପ୍ରିୟୋ ଭଟ୍ଟଚାର୍ଯ୍ୟ ଏହା କହିଛନ୍ତି। ଶାସକ ଦଳ ଏଭଳି ବୟାନ ସେତେବେଳେ ବୟାନ ଦେଇଛନ୍ତି ଯେତେବେଳେ ବେଆଇନ ଖଣି କାରବାରକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରେ ରହିଛନ୍ତି।

ସୁପ୍ରିୟୋ କହିଛନ୍ତି, ବିଜେପିର ୧୬ ବିଧାୟକ ହେମନ୍ତ ସୋରେନ ସରକାରକୁ ସମର୍ଥନ କରିବାକୁ ଇଚ୍ଛୁକ ପ୍ରକାଶ କରିଛନ୍ତି। ବିଜେପିରେ ରହି ସେମାନେ ଅଣ ନିଃଶ୍ୱାସୀ ହୋଇଗଲେଣି । ତେଣୁ ୧୬ ବିଧାୟକ ଏବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶି ସରକାରରେ ସାମିଲ ହେବାକୁ ଚାହୁଁଛନ୍ତି।

ଜେଏମଏମର ଏଭଳି ପ୍ରତିକ୍ରିୟା ପରେ ଜବାବ ରଖିଛି ବିରୋଧୀ ବିଜେପି । ଦଳର ମୁଖପାତ୍ର ପ୍ରତୁଲ ଶାହଦେଓ ସମସ୍ତ ଦାବିକୁ ଖାରଜ କରିଛନ୍ତି। ଜେଏମଏମର ବିଧାୟକ ମାନେ ଦୁର୍ନୀତିରେ ବୁଡିଛନ୍ତି। ଦଳ ଏବେ କିଭଳି ଏହି ଦୁର୍ନୀତିରୁ ମୁକ୍ତ ହେବ ସେ ନେଇ ଚିନ୍ତା କରୁଛି। ଏପରି ସ୍ଥିତିରେ ବିଜେପି ଦଳର ବିଧାୟକ ଜେଏମଏମରେ ମିଶିବା କଥା କେବଳ ଦଳର ଦୁର୍ଗୁଣକୁ ଲୁଚାଇବାକୁ ପ୍ରୟାସ ଛଡା ଆଉ କିଛି ନୁହେଁ। ଏବେ ଜେଏମଏମର ବିଧାୟକ ମାନେ ଦୁର୍ନୀତିରେ ଫସିଛନ୍ତି । ନିଜକୁ କିପରି ସୁରକ୍ଷିତ ରଖିବେ ସେ କଥା ଚିନ୍ତା କରୁଛନ୍ତି। ଏପରି ସମୟରେ ବିରୋଧୀ ଦଳରେ କନ୍ଦଳ ଅଛି କହି ଲୋକଙ୍କୁ ବିଭ୍ରାନ୍ତି କରିବାକୁ ପ୍ରୟାସ କରୁଛନ୍ତି।

Leave A Reply

Your email address will not be published.