Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର: ଯାତ୍ରୀବାହୀ ଯାନ ଖାଇକୁ ଖସି ୧୬ ମୃତ

ଡୋଡା: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଡୋଡା ଜିଲ୍ଲାରେ ମଙ୍ଗଳବାର ଦିନ ଏକ ଯାତ୍ରୀବାହୀ ଯାନ ଖାଇକୁ ଖସି ପଡିବାରୁ ୧୬ ଜଣ ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆଟୁଡେ’ରେ ପ୍ରକାଶ । ମୃତକ ମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ପିଲା ଥିବା ପୋଲିସ ସୂଚନା ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପାଖାପାଖି ସାଢ଼େ ୩ ଟା ସମୟରେ ଡୋଡା ଜିଲ୍ଲାର ଏକ ପାହାଡ଼ିଆ ରାସ୍ତାରେ ଯାଉଥିବା ବେଳେ ଯାତ୍ରୀବାହୀ ଯାନଟି ନିୟନ୍ତ୍ରଣ ହରାଇ ଏକ ୭୦୦ ମିଟର ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟିଛି ଏହି ଦୁର୍ଘଟଣାରେ। ଅନ୍ୟ ୪ ଜଣଙ୍କୁ ଗୁରୁତର ଭାବେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଅନ୍ୟ ୪ ଜଣଙ୍କ ପ୍ରାଣ ଯାଇଥିବା ପୋଲିସ ସୂଚନା ଦେଇଛି ।

ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ଡୋଡା ଜିଲ୍ଲା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲା। ଯାତ୍ରୀବାହୀ ଯାନଟି ଡୋଡାରୁ ମାର୍ମତ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.