ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ବକ୍ସବର୍ଗ ଉପକଣ୍ଠ ନିକଟରେ ଥିବା ଏକ ବସ୍ତିରେ ଗ୍ୟାସ୍ ଲିକ୍ ହେବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ଗ୍ୟାସ୍ ଲିକ୍ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା । ହେଲେ ପରବର୍ତ୍ତୀ ଅବସ୍ଥାରେ ଅଚେତ ହୋଇ ରହିଥିବା ଲୋକ ସୁସ୍ଥ ହୋଇଛନ୍ତି ।
ସୂଚନା ଅନୁସାରେ, ବେଆଇନ ଖଣି କାରବାର ସହ ଜଡିତ ଜୋହାନ୍ସବର୍ଗର ପୂର୍ବରେ ଥିବା ବକ୍ସବର୍ଗ ଜିଲ୍ଲା ନିକଟ ଆଞ୍ଜେଲୋ ଟାଉନସିପରେ ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଗ୍ୟାସ୍ ଲିକ୍ ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ତିନି ଜଣ ଶିଶୁ ଥିବା ଜଣାପଡ଼ିଛି | ଜରୁରୀକାଳୀନ ସେବା ମୁଖପାତ୍ର ୱିଲିୟମ୍ ନଟଲାଡି କହିଛନ୍ତି ଯେ, ଆମେ ଘଟଣାସ୍ଥଳରେ ୧୬ ମୃତକଙ୍କୁ ଉଦ୍ଧାର କରିଛୁ । ପାରାମେଡିକ୍ସ ସହାୟତାରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୧୧ ଜଣଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।
ରାତି ପ୍ରାୟ ୮ ଟାରେ ବିସ୍ପୋରଣ ସମ୍ପର୍କରେ ଜରୁରୀକାଳୀନ ସେବାକୁ ଏକ କଲ ଆସିଥିଲା । ଖବର ପାଇବା ପରେ ତୁରନ୍ତ ସେଠାରେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ । କିନ୍ତୁ ଘଟଣା ସ୍ଥଳରେ ପହଞ୍ଚିଲା ପରେ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହା ଏକ ବିଷାକ୍ତ ଗ୍ୟାସ । ଗୋଟିଏ ସିଲିଣ୍ଡର୍ରୁ ଏହି ଗ୍ୟାସ୍ ଲିକ୍ ହେଉଥିଲା । ଏହି ଗ୍ୟାସ୍କୁ ସ୍ଥାନୀୟ ଅଞ୍ଚଳରେ ବେଆଇନ ଖଣି ଖନନ ପାଇଁ ବ୍ୟବହାର କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି କହିଛନ୍ତି ନଟଲାଡି ।
Comments are closed.