ଭୁବନେଶ୍ୱର:ସୁନାବେଶ ଦେଖିବାକୁ ଯାଉଥିବାବେଳେ ପୁରୀ-ଭୁବନେଶ୍ୱର ରାସ୍ତାରେ ଏକାଧିକ ଦୁର୍ଘଟଣା । ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁରୀ ସହରରେ ଠୁଳ ହାେଇଛନ୍ତି ପ୍ଲାଟୁନ ପ୍ଲାଟୁନ ପୋଲିସ । ହେଲେ ଜାତୀୟ ରାଜପଥ ଉପରେ କାହାର ନଜର ନାହିଁ । ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖିବା ପାଇଁ ଗତକାଲି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଥିବାବେଳେ ୩୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକାଧିକ ଦୁର୍ଘଟଣା ।
ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ-୩୧୬ରେ ଭିନ୍ନଭିନ୍ନ ଦୁର୍ଘଟଣାରେ ୧୬ ଜଣ ଭକ୍ତ ଆହତ ହୋଇଛନ୍ତି । ଅଧିକାଂଶ ଦୁର୍ଘଟଣା ମୋଟର ସାଇକେଲ-ବାଇକ ମଧ୍ୟରେ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆହତଙ୍କ ମଧ୍ୟରୁ ଅଧିକାଂଶ ବାଇକ ଆରୋହୀ । କାର ଦୁର୍ଘଟଣାରେ ଏମାନେ ଆହତ ହୋଇଥିବା ଜଣାଯାଇଛି । ଏମାନେ ଗୁରୁବାର ରାତିରେ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ଯାଇଥିଲେ । ଆହତମାନଙ୍କୁ ଚିହ୍ନଟ କରାଯାଇ ନ ଥିଲେ ସେମାନେ ଭୁବନେଶ୍ୱର, କଟକ ଏବଂ ଯାଜପୁର ଜିଲ୍ଲାର ବୋଲି ଜଣାଯାଇଛି ।
ଆହତମାନଙ୍କୁ ପ୍ରାଥମିକ ଚିକିତ୍ସେ ପାଇଁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।
ସାକ୍ଷୀଗୋପାଳ ଥାନା ପୋଲିସ ଭିନ୍ନ ଭିନ୍ନ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
Comments are closed.