Latest Odisha News

BREAKING NEWS

ଏକକାଳୀନ ୧୬ଟି ଚାକିରି କରିଥିଲେ ମହିଳା, ସବୁଠୁ ଦରମା ବି ନେଉଥିଲେ, ଏବେ ଜେଲରେ

ଚୀନ୍‌: ଭଲ ଚାକିରି ଖଣ୍ଡେ ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । ଏଥିରେ କେହି କେହି ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ବି ହୋଇଥାନ୍ତି । ହେଲେ ଚୀନ୍‌ର ଜଣେ ମହିଳା ଏକକାଳୀନ ୧୬ଟି କମ୍ପାନୀରେ ଚାକିରି କରିବା ମହଙ୍ଗା ପଡ଼ିଛି । ଶେଷରେ ତାଙ୍କୁ ଠକେଇ ଅଭିଯୋଗରେ ଜେଲ ଯିବାକୁ ପଡ଼ିଛି ।

ଗୁଆନ୍ ୟୁଏ ନାମକ ଜଣେ ମହିଳା ଚୀନ୍‌ରେ ରୁହନ୍ତି । ସେ ଏକକାଳୀନ ୧୬ଟି କମ୍ପାନୀରେ ଚାକିରି କରିଛନ୍ତି । ହେଲେ ସେ କୌଣସି ଗୋଟିଏ ଚାକିରିରେ କାମ କରି ନାହାନ୍ତି । ସବୁଠୁ ବଡ଼କଥା, ତାଙ୍କୁ କେହି କେବେ ବି କୌଣସି କର୍ମସ୍ଥଳରେ ଦେଖିନାହାନ୍ତି । ଦୀର୍ଘ ତିନି ବର୍ଷ ଧରି ଡଜନେରୁ ଅଧିକ ନିଯୁକ୍ତିଦାତାଙ୍କୁ ଭୁଆଁ ବୁଲାଇ ଚାଲିଥିଲେ । କାହା ପାଇଁ ବି ସେ ଦିନଟିଏ ସୁଦ୍ଧା କାମ ନ କରି ମାସକୁ ମାସ ବେତନ ହାତେଇ ଚାଲିଥିଲେ । ସେ ଓ ତାଙ୍କ ସ୍ୱାମୀ ପ୍ରତ୍ୟେକ ନିଯୁକ୍ତିଦାତାଙ୍କ ଉପରେ କଡ଼ା ନଜର ରଖୁଥିଲେ ।

ଗୁଆନ୍ ସବୁବେଳେ ନୂଆ ଚାକିରି ଅନ୍ୱେଷଣରେ ରହୁଥିଲେ । ସାକ୍ଷାତକାରକୁ ଯିବା ସମୟରେ ତାହାର ଫଟୋ ଉଠାଇ ତାହାକୁ ଗ୍ରାହକଙ୍କ ସହ ସେ ସାକ୍ଷାତକାର କରୁଥିବାର ପ୍ରମାଣ ଭାବେ ଅନ୍ୟ ନିଯୁକ୍ତିଦାତାଙ୍କ ପାଖକୁ ପଠାଇ ଦେଉଥିଲେ । ତାଙ୍କର ଏହି ଠକାମି ବର୍ଷ ବର୍ଷ ଧରି ଚାଲିଥିଲା । ସେ ଏଥିରୁ ପ୍ରଚୁର ଆୟ କରି ସାଂଘାଇରେ ଏକ ବିଳାସପୂର୍ଣ୍ଣ ବାସଭବନ କିଣିଥିଲେ । ଏକ ଅନ୍‌ଲାଇନ୍ ସେବା କମ୍ପାନିରେ ଗୁଆନ୍‌ଙ୍କ ସମେତ ଅନ୍ୟ ୭ ଜଣ ସହଯୋଗୀ ସେମାନଙ୍କ ତିନିମାସର ତାଲିମ ସମୟରେ କୌଣସି ସୁଫଳ ଦେଇ ନ ଥିବାରୁ ନିଯୁକ୍ତିଦାତା ବିଗିଡ଼ିଯାଇଥିଲେ । ଏଥିରେ ପ୍ରତିକ୍ରିୟା ଦେଖାଇ ଗୁଆନ୍ ନିଜର ଇସ୍ତଫାପତ୍ର ଅନ୍‌ଲାଇନରେ ପଠାଇଦେଇଥିଲେ । ତେବେ ତାଙ୍କ ଏହି ଇସ୍ତଫାପତ୍ରକୁ ତାଙ୍କର ଜଣେ ପୂର୍ବ ନିଯୁକ୍ତିଦାତା ଦେଖି ତାଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ । ଖୋଳତାଡ଼ ପରେ ଗୁଆନ୍‌ଙ୍କ କାରନାମା ଧରାପଡ଼ିଥିଲା । ଶେଷରେ ପୁଲିସ ତାଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.