Latest Odisha News

BREAKING NEWS

ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରିଲେ କେରଳରେ ଫସି ରହିଥିବା ୧୬୯ ଓଡ଼ିଆ ଝିଅ

ଭୁବନେଶ୍ୱର: ସ୍ୱତନ୍ତ୍ର ବିମାନ ଯୋଗେ କେରଳରେ ଫସି ରହିଥିବା ୧୭୦ ଓଡ଼ିଆ ଝିଅ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରିଛନ୍ତି ।ଏମାନେ ସମସ୍ତେ କେରଳର ଏକ ପୋଷାକ କମ୍ପାନୀରେ କାମ କରୁଥିଲେ । କରୋନା ପାଇଁ ତାଲାବନ୍ଦ ଯୋଗୁଁ ସେଠାରେ ଫସି ରହିଥିଲେ ।

ଏନେଇ ସହାୟତାର ହାତ ବଢ଼ାଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ସୋନୁ ଏବେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇବାର ବ୍ୟବସ୍ଥା କରୁଛନ୍ତି ।

ଏମାନେ ଫସି ରହିଥିବା ନେଇ ଧନ୍ୟା ରାଜେନ୍ଦ୍ରନଙ୍କ ଟୁଇଟ ପରେ ସହଯୋଗର ହାତ ବଢାଇଥିଲେ ଆଇପିଏସ ଅଫିସର ଅରୁଣ ବୋଥ୍ରା । ବଲିଉଡ ଅଭିନେତା ସୋନୁ ସୁଦଙ୍କ ସହ ଅରୁଣ ବୋଥ୍ରା ଏ ନେଇ ଆଲୋଚନା କରିଥିଲେ । ପରେ ସେମାନଙ୍କୁ ପ୍ରଥମେ ବସ କିମ୍ବା ଟ୍ରେନରେ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଓଡିଶା ପଠାଯାଇଥିଲା । ଏମାନେ ସମସ୍ତେ କେନ୍ଦ୍ରାପଡା ରାଜନଗର ଅଞ୍ଚଳର ବୋଲି ଜଣାପଡିଛି।

ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ଚାରୋଟି ବସ୍ ଯୋଗେ କେନ୍ଦ୍ରାପଡ଼ାକୁ ନିଆଯାଇଛି। ସେଠାରେ ସେମାନଙ୍କୁ ପ୍ରଥମେ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନ୍ ଅବଧି ଶେଷ ହେବା ପରେ ସେମାନେ ନିଜ ନିଜ ଘରକୁ ଯାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.