Latest Odisha News

BREAKING NEWS

ବାତ୍ୟା ଅମ୍ଫାନ ସହାୟତା; ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ଲକ୍ଷ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ପ୍ରଳୟଙ୍କାରୀ ବାତ୍ୟା ‘ଅମ୍ଫନ’ ପ୍ରଭାବରେ ଓଡିଶାର ଅନେକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଏବଂ ରିଲିଫ୍ ପାଇଁ ଅନେକ ବ୍ୟକ୍ତିବିଶେଷ ସହାୟତା କରିଥିବା ବେଳେ ଏବେ ସେଥିରେ ଯୋଡି ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଉକ୍ତ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି ସେ । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ।

ଆହୁରି ମଧ୍ୟ ଆସନ୍ତା ମେ ୩୦ ତାରିଖରେ ରାଜ୍ୟବାସୀଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ଗାଇବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିବା ବେଳେ ଏହାକୁ ପ୍ରଶସାଂ କରି ସମସ୍ତଙ୍କୁ ଗୀତ ଗାଇବାକୁ ମଧ୍ୟ ରାଜ୍ୟପାଳ ଅନୁରୋଧ କରିଛନ୍ତି । ଏହି ସଙ୍ଗୀତ ଗାନ ଦ୍ୱାରା ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଅଧିକ ଉତ୍ସାହିତ କରାଯାଇପାରିବ ବୋଲି ସେ ଉକ୍ତ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.