Latest Odisha News

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ପୋଡି ମାରିବା ଘଟଣା: ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନିମପଲ୍ଲୀ ଅଞ୍ଚଳ ସୁରିସାହିରେ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖରେ ଶୈଳ ବାଲମୁଜ ଓ ସମ୍ବାରି ବାଲମୁଜ ନିଜ ଘରେ ଶୋଇଥିବାବେଳେ, ଗୁଣିଗାରେଡି ସନ୍ଦେହରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୁତ୍ତ ମାନେ । ଫଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଦମ୍ପତି ।

ଘଟଣାରେ କଳିଙ୍ଗନଗର ଥାନା ପୋଲିସ ମାମଲା ରୁଜୁ କରି ୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୀର୍ଘ ୩ ବର୍ଷ ପରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ଦମ୍ପତିଙ୍କୁ ପୋଡି ମାରିବା ଘଟଣାରେ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ହୃଷିକେଶ ଆଚାର୍ଯ୍ୟ।

୨୦ ଜଣ ସାକ୍ଷୀଙ୍କ ବୟାନ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ହୃଷିକେଶ ଆଚାର୍ଯ୍ୟ ୧୭ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି । ଜରିମାନା ଅର୍ଥ ମୃତ ଦମ୍ପତିଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ସରକାରୀ ଓକିଲ କହିଛନ୍ତି ।

Comments are closed.