ମହାରାଷ୍ଟ୍ର: ରବିବାର ଦିନ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଏକ ଶିଳ୍ପାଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ନାଗପୁରର ଶିଳ୍ପାଞ୍ଚଳରେ ଥିବା ଏକ ବିସ୍ଫୋରକ ପ୍ରସ୍ତୁତ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ଘଟଣାଟି ଆଜି ସକାଳେ ଘଟିଥିଲା। ବିସ୍ଫୋରଣରେ ଅତି କମରେ ୧୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅଛନ୍ତି ।
ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ନାଗପୁର ଜିଲ୍ଲାର କଟୋଲ ତହସିଲର ରାଉଲଗାଓଁରେ ହୋଇଥିଲା।
ରିପୋର୍ଟ ଅନୁସାରେ, ଖଣିରେ ବ୍ୟବହୃତ ବିସ୍ଫୋରକ ଏବଂ ଅନ୍ୟାନ୍ୟ ପ୍ରକାରର ବିସ୍ଫୋରକ ତିଆରି କରୁଥିବା କମ୍ପାନୀ SBL ଏନର୍ଜି ଲିମିଟେଡର ଡେଟୋନେଟର ପ୍ୟାକିଂ ୟୁନିଟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନା ଏବଂ ଏହାର ଆଖପାଖରେ ଥିବା ଅନେକ ଶ୍ରମିକ ବିସ୍ଫୋରଣରେ ଫସି ଯାଇଥିଲେ।
ଘଟଣା ଜଣାପଡିବା ମାତ୍ରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Comments are closed.