ବ୍ରହ୍ମପୁର: ବ୍ରହ୍ମପୁରରେ ଜଣେ ୧୭ ବର୍ଷୀୟା ଝିଅକୁ ବିଏସସି (ନର୍ସିଂ) ପଢ଼ିବାରେ ସାହାଯ୍ୟ କରାଇବା ଏବଂ ମାଗଣା ରହିବା ସୁବିଧା ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ଜଣେ ନକଲି ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଜୁନ ୨୩ ତାରିଖରେ ଜଣେ ୪୫ ବର୍ଷୀୟା ମହିଳାଙ୍କ ଅଭିଯୋଗ ଆଧାରରେ ବାଜପେୟୀ ଆରୋଗ୍ୟଧାମ କ୍ଲିନିକ୍ ଚଳାଉଥିବା ନକଲି ହୋମିଓପାଥି ଡାକ୍ତର ଭବାନୀ ଶଙ୍କର ଦାସଙ୍କୁ ତାଙ୍କ ଦୁଇ ମହିଳା ସହଯୋଗୀଙ୍କ ସହ ଗିରଫ କରାଯାଇଥିଲା। ଯାହା ପରେ ତାଙ୍କୁ ମଙ୍ଗଳବାର ଦିନ ପୋଲିସ ଗିରଫ କରିଛି।
ତେବେ ପୀଡ଼ିତା ଜଣକ ସେହି ମହିଳାଙ୍କ ଭାଣିଜି ବୋଲି ଜଣାପଡିଛି। ଝିଅର ମାଆ ତାଙ୍କ ଗାଁର ଜଣେ ୫୦ ବର୍ଷୀୟା ଅଙ୍ଗନୱାଡି କର୍ମୀଙ୍କ ମାଧ୍ୟମରେ ଅଭିଯୁକ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଗରିବ ଏବଂ ଅବହେଳିତ ଝିଅମାନଙ୍କୁ ମାଗଣା ରହିବା ଏବଂ ଶିକ୍ଷା ପ୍ରଦାନ କରୁଥିବା କହିଥିଲେ।ଯାହାପରେ ଜୁନ ୨୦ ତାରିଖରେ ପୀଡ଼ିତା ଜଣକ ତାଙ୍କ ମାଆ ଓ ଭଉଣୀଙ୍କ ସହିତ ବ୍ରହ୍ମପୁରର କୋର୍ଟପେଟା ଛକ ନିକଟସ୍ଥ ରାଜା ରାଣୀ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଥିବା ତାଙ୍କ କ୍ଲିନିକ୍ କୁ ଆସି ଅଭିଯୁକ୍ତଙ୍କୁ ଭେଟିଥିଲେ।
ଏହାର ତିନି ଦିନ ପରେ ଝିଅଟିର ପରିବାର ତାଙ୍କୁ ଅଭିଯୁକ୍ତଙ୍କ କ୍ଲିନିକ୍ରେ ଛାଡ଼ି ଆସିଥିଲେ ଓ ସନ୍ଧ୍ୟା ପ୍ରାୟ ୭ଟାରେ ଅଭିଯୁକ୍ତ ଝିଅଟିକୁ ତାଙ୍କୁ ଆପାର୍ଟମେଣ୍ଟର ତୃତୀୟ ମହଲାରେ ଥିବା ଏକ ଫ୍ଲାଟକୁ ନେଇଯାଇଥିଲେ। ସେଠାରେ ତାଙ୍କ ସହାୟକ ଥିବା ୨୧ ବର୍ଷୀୟା ପ୍ରିୟଙ୍କା ସାହୁ ତାଙ୍କୁ ପାଣିରେ କିଛି ନିଶାଯୁକ୍ତ ପଦାର୍ଥ ମିଶାଇ ପିଇବାକୁ ଦେଇଥିଲେ। ଯାହାପରେ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ଝିଅଟି ତାଙ୍କ ମାଉସୀ ଘରକୁ ଯାଇଥିଲେ। ଯାହାପରେ ସେମାନେ ଏନେଇ ପୋଲିସକୁ ଜଣାଇଥିଲେ। ଏହାପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ BNS ଏବଂ POCSO ଆଇନର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଡାକ୍ତରୀ ମାଇନା ପରେ ଫୋରେନସିକ୍ ଟିମ୍ କ୍ଲିନିକ୍ ଏବଂ ଅଭିଯୁକ୍ତଙ୍କ ଘରୁ ପ୍ରମାଣ ସଂଗ୍ରହ କରିଥିଲେ।
Comments are closed.