Latest Odisha News

BREAKING NEWS

ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୫୪ ସୁସ୍ଥ, ଆଜି ମୋଟ ଆରୋଗ୍ୟ ୧୭୭୩

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ପୁଣି ୨୬ଟି ଜିଲ୍ଲାରୁ ୧୭୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୨୭୬ରେ ପହଞ୍ଚିଛ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ୨୧୬ ଜଣ, କଟକରୁ ୧୪୭ ଜଣ, ସମ୍ବଲପୁରରୁ ୧୨୫ ଜଣ, କନ୍ଧମାଳରୁ ୯୨ ଜଣ, ଯାଜପୁରରୁ ୮୭ ଜଣ, ମୟୂରଭଂଜରୁ ୮୦ ଜଣ, ରାୟଗଡ଼ାରୁ ୭୭ ଜଣ, ପୁରୀରୁ ୭୪ ଜଣ, ମାଲକାନଗିରିରୁ ୭୨ ଜଣ, କୋରାପୁଟରୁ ୬୯ ଜଣ, ସୁନ୍ଦରଗଡ଼ରୁ ୬୮ ଜଣ, ବାଲେଶ୍ୱରରୁ ୫୮ ଜଣ ଓ ନୟାଗଡ଼ରୁ ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କଳାହାଣ୍ଡି, କେନ୍ଦୁଝର ଜିଲ୍ଲାରୁ ୩୮ ଜଣ ଲେଖାଏଁ, ବରଗଡ଼ରୁ ୩୨ ଜଣ, ଗଜପତିରୁ ୩୦ ଜଣ, ବଲାଙ୍ଗୀରରୁ ୨୬ ଜଣ, ଭଦ୍ରକରୁ ୨୫ ଜଣ, ନବରଂଗପୁରରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୨୨ ଜଣ, ଢେଙ୍କାନାଳରୁ ୨୦ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, ଜଗତସିଂହପୁରରୁ ୧୫ ଜଣ ଓ ଅନୁଗୁଳରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.