ବେଙ୍ଗାଲୁର: ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଆଇପିଏଲ ଟ୍ରଫି ହାସଲ କରିବାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ଆରସିବି ଟିମ ଏବେ ବିକ୍ରି ହେବାକୁ ଯାଉଛି । ଡିଏଗୋର ସହାୟକ କମ୍ପାନୀ ୟୁନାଇଟେଡ ସ୍ପିରିଟ ଲିମିଟେଡ ତାଙ୍କ ଟିମ ଆରସିବିକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୂନୱାଲା ଏହାକୁ କିଣିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିପାଇଁ ତାଙ୍କୁ ରିପୋର୍ଟ ମୁତାବକ ୧୭୭୬୨ କୋଟି ଟଙ୍କର ଦେବାକୁ ପଡିବ । ଆରସିବି ଚାମ୍ପିୟନ ହେବା ପରେ ବିଜୟ ଉତ୍ସବ ପାଳନ ଅବସରରେ ଦଳାଚକଟାରେ ଅନେକ ପ୍ରଶଂସକ ମୃତ୍ୟୁବରଣ କରିଥିଲେ ।
ଏହା ପରେ ଦଳ ବିକ୍ରି ହେବା ନେଇ ଖବରମାନ ପ୍ରକାଶ ପାଇଥିଲା । ବିକ୍ରି ପାଇଁ ଗ୍ଲୋବାଲ ଇନଭେଷ୍ଟମେଂଟ ବ୍ୟାକ ସିଟିକୁ ଏହାର ପରାମର୍ଶଦାତା କରାଯାଇଛି । ୟୁଏସଏଲ ଏକ ବଡ କମ୍ପାନୀ । ଡିଏଗୋ ଏହାର ସହାୟକ କମ୍ପାନୀ । ଡିଏଗୋ ଏକ ମଦ କମ୍ପାନୀ ଏବଂ ଏହାର ମୂଖ୍ୟାଳୟ ଲଣ୍ଡନରେ ରହିଛି । ୟୁଏସଏଲ ଏବେ ଆରସିବି ଟିମ ବିକ୍ରି କରିବା ଏକପ୍ରକାର ନିଶ୍ଚିତ କରିଛି ।
Comments are closed.