Latest Odisha News

ବାଙ୍କୀରେ ଆଇସକ୍ରିମ ଖାଇ ୧୮ ପିଲା ଅସୁସ୍ଥ

କଟକ: କଟକ ଜିଲ୍ଲାର ବାଙ୍କୀ ଥାନା ଅଧୀନସ୍ଥ କୁମୁସର ଗାଁରେ ଅନୁଷ୍ଠିତ ହୋଇଥିବା ଏକ ଅଷ୍ଟପ୍ରହରୀ ଉତ୍ସବରେ ସୋମବାର ଦିନ ଆଇସକ୍ରିମ୍ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଆଇସକ୍ରିମ ଖାଇବାର କିଛି ମିନିଟ୍ ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଯାହାପରେ ସେମାନଙ୍କୁ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକମାନେ  ଚିକିତ୍ସା ପାଇଁ ବାଙ୍କୀର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ।

ତୁରନ୍ତ ଡାକ୍ତରମାନେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଥିଲେ ଓ ବର୍ତ୍ତମାନ୍ ପିଲାମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ତେବେ ଏହି ଘଟଣା ପରେ ଗାଁ ଲୋକେ ଆଇସକ୍ରିମ୍ ବିକ୍ରେତାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। କର୍ତ୍ତୃପକ୍ଷ ଆଇସକ୍ରିମର ନମୁନା ସଂଗ୍ରହ କରି ସଂକ୍ରମଣର କାରଣ ଜାଣିବା ପାଇଁ ପରୀକ୍ଷାଗାରକୁ ପଠାଇଛନ୍ତି।

ତେବେ ସଂକ୍ରମିତ ଖାଦ୍ୟ ଯୋଗୁଁ ସଂକ୍ରମଣ ଏବଂ ଜିଭରେ ଜ୍ଵଳନ ହୋଇଥିବା ଡକ୍ଟର ମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.