Latest Odisha News

BREAKING NEWS

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ, ୧୮ ଆହତ

ଉମରକୋଟ: ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଅଟୋ। ଏହି ଦୁର୍ଘଟଣାରେ ୧୮ ଜଣ ଲୋକେ ଆହତ ହୋଇଥିବା ଜଣାପଡିଛି । ଝରିଗାଁର ଚନ୍ଦାହାଣ୍ଡି ଘାଟିରେ ଅଟୋ ନିଜର ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ରହିଛି। ସମସ୍ତ ଆହତ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସାନଭାରଣ୍ଡୀ ଗାଁର। ଆଜି ଗାଁର ପ୍ରାୟ ୨୦ ଜଣ ଲୋକ ଏକ ଅଟୋ ଯୋଗେ ଚନ୍ଦାହାଣ୍ଡିର ଫୋଟକି ଗାଁକୁ ଯାଉଥିଲେ। ତେବେ ଚନ୍ଦାହାଣ୍ଡି ଘାଟିରେ ଅଟୋଟି ଭାରସାମ୍ୟ ହରେଇ ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସମସ୍ତଙ୍କୁ ନିକଟତର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୬ ଜଣଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୨ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

 

Comments are closed.