Latest Odisha News

ଭଙ୍ଗା ଦାନ୍ତ ଥିବା ଯୁବକର ରୀଲ୍ସ ଦେଖି ୧୮ ବର୍ଷ ପରେ ଏକତ୍ର ହେଲେ ଭାଇ, ଭଉଣୀ

କାନପୁର: ଇନଷ୍ଟାଗ୍ରାମର ଏକ ରୀଲ୍ସ ୧୮ ବର୍ଷ ପରେ ବିଚ୍ଛିନ୍ନ ହୋଇ ଯାଇଥିବା ଭାଇ ଓ ଭଉଣୀଙ୍କୁ ପୂନର୍ବାର ଏକତ୍ର କରିଛି । କାନପୁରର ହାତୀ ଗ୍ରାମର ବାଲ ଗୋବିନ୍ଦ ୧୮ ବର୍ଷ ତଳେ ମୁମ୍ବାଇ ଚାକିରୀ କରିବାକୁ ଆସିଥିଲା । କିଛି ଦିନ ପରେ ସେ ଅନ୍ୟ ଏକ ସ୍ଥାନକୁ ଚାକିରୀ ପାଇଁ ଯାଇଥିଲେ । କିଛି ଦିନ ଧରି ସେ ପରିବାରଲୋକ ଓ ସାଙ୍ଗମାନଙ୍କ ସହ ଫୋନରେ କଥା ହେଉଥିଲେ । ପରେ ସାଙ୍ଗମାନେ ଗ୍ରାମକୁ ଫେରି ଆସିଲେ ମାତ୍ର ବାଲ ଗୋବିନ୍ଦ ଆସି ନ ଥିଲା । ଏହା ପରେ ତାଙ୍କର ଖୋଜ ଖବର ମିଳି ନ ଥିଲା । ନିକଟରେ ତାଙ୍କର ଏକ ରୀଲ୍ସ ଦେଖି ଭଉଣୀ ସଙ୍ଗେ ସଙ୍ଗେ ଚିହ୍ନି ଯାଇଥିଲେ । ସେ ତାଙ୍କ ଭାଇଙ୍କ ଭଙ୍ଗା ଦାନ୍ତ ଭଲ ଭାବେ ମନେ ରଖିଥିଲେ ।

ଏହା ପରେ ଭଉଣୀ ରାଜକୁମାରୀ ଯୋଗାଯୋଗ କରିଥିଲେ । ପ୍ରଥମେ ବାଲ ଗୋବିନ୍ଦ ପରିଚୟ ଦେଇ ନ ଥିଲେ । ପରେ ସବୁ କିଛି ଶୁଣିବା ପରେ ସେ ଘରକୁ ଫେରିଥିଲେ । ଗ୍ରାମବାସୀ ମଧ୍ୟ ତାଙ୍କୁ ସ୍ୱାଗତ କରିଥିଲେ । ମୁମ୍ବାଇରୁ କାନପୁର ଆସୁଥିବା ବେଳେ ସେ ଭୁଲରେ ଜୟପୁର ପଳାଇ ଯାଇଥିଲେ । ସେଠାରେ ତାଙ୍କ ପଇସା ସବୁ ସରି ଯାଇଥିଲା । ରେଲୱେ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତି ତାଙ୍କୁ ଏକ ଫ୍ୟାକ୍ଟ୍ରିରେ କାମ ଖୋଜି ଦେଇଥିଲେ । ସେଠାରେ ଭଲରେ ଚଳିବା ପରେ ସେ ବିବାହ ମଧ୍ୟ କରିଥିଲେ । ତାଙ୍କର ୨ଟି ସନ୍ତାନ ଅଛନ୍ତି । ବାଲ ଗୋବିନ୍ଦ ଜୟପୁରର ବିଭିନ୍ନ ସ୍ଥାନ ସମ୍ପର୍କରେ ରୀଲ୍ସ କରିଥାନ୍ତି । ଏହି ରୀଲ୍ସ ଦେଖି ଭଉଣୀ ତାଙ୍କୁ ଚିହ୍ନିଥିଲେ ।

Leave A Reply

Your email address will not be published.