Latest Odisha News

୨୨ ଦିନରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୧୮୧ ଜଣ, ୬ ପଜିଟିଭ୍

ଭୁବନେଶ୍ୱର: ୨୨ଦିନରେ ବ୍ରିଟେନରୁ ଓଡିଶା ଫେରିଛନ୍ତି ୧୮୧ ଜଣ । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ନଭେମ୍ବର ୩୦ରୁ ଡିସେମ୍ବର ୨୧ ତାରିଖ ଯାଏଁ ୧୮୧ ଜଣ ଫେରିଛନ୍ତି ଓଡ଼ିଶା । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କ ସନ୍ଧାନ ମିଳିଛି ।

ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୬ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ ବାହାରିଛି । ଭୁବନେଶ୍ୱର ଓ ଜଗତସିଂହପୁରରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତ ହୋଇଛନ୍ତି । ୬୨ ଜଣ ଭୁଲ ଫୋନ୍ ନମ୍ବର ଓ ଠିକଣା ଦେଇଥିବାରୁ ଚିନ୍ତା ବଢିଛି । ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Comments are closed.