Latest Odisha News

BREAKING NEWS

ଗୁମ୍ଫାରୁ ମିଳିଲେ ୧୮୮ ବର୍ଷୀୟ ବାବା! ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟସ୍ଥ ଗୁମ୍ଫାରୁ ଜଣେ ୧୮୮ ବର୍ଷୀୟ ବାବାଙ୍କୁ ଉଦ୍ଧାର କରାଯାଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇଜଣ ବ୍ୟକ୍ତି ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଚାଲିବାରେ ସାହାଯ୍ୟ କରୁଛନ୍ତି। ବ୍ୟକ୍ତିଙ୍କର ଲମ୍ବା ଧଳା ଦାଢି ରହିଥିବା ବେଳେ ତାଙ୍କର ଅଣ୍ଟା ନଇଁ ପଡିଛି ଏବଂ ସେ ହାତରେ ବାଡ଼ି ଧରି ସନ୍ତୁଳନ ରକ୍ଷା କରୁଛନ୍ତି।

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘Concerned Citizen’ ନାମକ ଏକ ଆକାଉଣ୍ଟ ସେୟାର କରିଥିଲା। ଏହି ପୋଷ୍ଟ ଖୁବ୍ ଭାଇରାଲ୍ ହୋଇଥିଲା ବେଳେ ଏହାକୁ ୩କୋଟିରୁ ଅଧିକ ଥର ଦେଖାଗଲାଣି। ଏହି ପୋଷ୍ଟରେ ଦାବି କରାଯାଇଥିଲା ଯେ ଏହି ବ୍ୟକ୍ତି ଗୁମ୍ଫାରୁ ଉଦ୍ଧାର ହୋଇଛନ୍ତି ଏବଂ ତାଙ୍କ ବୟସ ୧୮୮ ବର୍ଷ । ଏହି ଦାବିକୁ ନେଇ ବିରୋଧ ଆରମ୍ଭ ହୋଇଥିଲା।

ଏହି ପୋଷ୍ଟକୁ ନେଇ ଏକ୍ସ ପକ୍ଷରୁ ଡିସକ୍ଲେମର ଜାରି କରାଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ “ଏହା ମିଥ୍ୟା ସୂଚନା! ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲାର ‘ସିଆରାମ ବାବା’। ସେ ଜଣେ ହିନ୍ଦୁ ସନ୍ଥ ହୋଇଥିଲା ବେଳେ ତାଙ୍କର ବୟସ ପ୍ରାୟ ୧୦୦ ବର୍ଷ ହେବ। ”

 

Comments are closed.