Latest Odisha News

BREAKING NEWS

ଡକାୟତି ଓ ଚୋରି ମାମଲାରେ କୋରାପୁଟରୁ ୧୯ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲାରେ ରବିବାର ଦିନ ପୋଲିସ ୧୯ ଜଣ ଚୋରଙ୍କୁ ଗିରଫ କରିଛି। ଡକାୟତି ଏବଂ ଚୋରି ଜନିତ ଆଠଟି ମାମଲାର ଖୋଳତାଡ କରି ସେମାନଙ୍କୁ ପୋଲିସ ଧରିଥିବା ଦାବି କରିଛି।

କୁନ୍ଦ୍ରା, ଜୟପୁର ସଦର ଏବଂ ଜୟପୁର ସହର ଅଞ୍ଚଳରେ ନିକଟରେ ଘଟିଥିବା ଡକାୟତି ମାମଲାରେ ସନ୍ଦିଗ୍ଧ ଲୋକଙ୍କୁ ଧରିବା ପରେ ଏହି ଗିରଫଦାରୀ କରାଯାଇଛି। ଏନେଇ ଜୟପୁର ଏସଡିପିଓ ପାର୍ଥ କଶ୍ୟପ ସୂଚନା ଦେଇ କହିଛନ୍ତି।

ସେ କହିଛନ୍ତି ଯେ କିଛି ଦିନ ପୂର୍ବେ କୁନ୍ଦ୍ରା ସହରରେ ହୋଇଥିବା ଏକ ଡକାୟତି ଘଟଣାରେ ରବିବାର ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଯେତେବେଳେ କି ସମାନ ମାମଲାରେ ଜଡିତ ଅନ୍ୟ ଚାରି ଜଣଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ପ୍ରାୟ ୮୦,୦୦୦ ଟଙ୍କା ନଗଦ ଜବତ କରାଯାଇଥିଲା।

ଜୟପୁର ସଦର ସୀମା ଅନ୍ତର୍ଗତ ଅନ୍ୟ ଏକ ମାମଲାରେ ତେଲିଗୁଡ଼ାରୁ ଛଅ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତ ଛଅ ଜଣଙ୍କୁ କୋର୍ଟକୁ ପଠାଯାଇଛି।

କୁମ୍ଭାର ସାହି ସମେତ ଜୟପୁର ସହରର ବିଭିନ୍ନ ସ୍ଥାନରେ ପାଞ୍ଚଟି ଡକାୟତି ଏବଂ ଗୋଟିଏ ଚୋରି ଭଳି ଛଅଟି ମାମଲା ପଞ୍ଜିକୃତ ହୋଇଥିଲା। ପୋଲିସ ପ୍ରାୟ ୩୦୦ ଗ୍ରାମ ରୂପା, ସୁନା ଅଳଙ୍କାର ଏବଂ କିଛି ନଗଦ ଜବତ କରିଛି। ଯାହାର ମୂଲ୍ୟ ପ୍ରାୟ ୨.୩ ଲକ୍ଷ ଟଙ୍କା ହେବ।

ପୋଲିସର ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନଙ୍କଠାରୁ ୧୦ଟି ମୋବାଇଲ୍ ଫୋନ୍, ଦୁଇଟି ଖଣ୍ଡା, ପାଞ୍ଚଟି ବାଇକ୍, ଲୁହା ରଡ୍, ସୁନା ଅଳଙ୍କାର, ରୂପା ଜିନିଷ, କ୍ୟାମେରା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

 

 

Comments are closed.