Latest Odisha News

ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ହେଲେ ଓଡ଼ିଶାର ୧୯ ଅଧିକାରୀ

ଭୁବନେଶ୍ୱର: ଓଡିଶା ପ୍ରଶାସନିକ ସେବାର ମୋଟ ୧୯ ଜଣ ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ପାହ୍ୟାକୁ ପଦୋନ୍ନତି କରାଯାଇଛି।

ପର୍ସନାଲ ଓ ପବ୍ଲିକ ଗ୍ରିଭାନ୍ସ ମନ୍ତ୍ରଣାଳୟ ଦ୍ଵାରା ଶୁକ୍ରବାର ଦିନ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧, ୨୦୧୯ ରୁ ଡିସେମ୍ବର ୩୧, ୨୦୧୯ ମଧ୍ୟରେ ସୃଷ୍ଟି ହୋଇଥିବା ପଦବୀ ଖାଲି ରହିଥିଲା।

ତନ୍ମଧ୍ୟରୁ ଓଡିଶା କ୍ୟାଡରରୁ ହେଉଛନ୍ତି ଗଣେଶ ଚନ୍ଦ୍ର ପାତ୍ର, ଶଶଧର ନାୟକ, ବିକାଶ ଚନ୍ଦ୍ର ମହାପାତ୍ର, ବ୍ରତତୀ ହରିଚନ୍ଦନ, ମନୋଜ କୁମାର ପଟ୍ଟନାୟକ, ସଦାନନ୍ଦ ନାୟକ, ମେରି ଲାକ୍ରା, ଦୟାନିଧି ନାୟକ, ଶ୍ରୀନିବାସ ବେହେରା, ଯୁଧିଷ୍ଠିର ନାୟକ, ଉଦୟ ନାରାୟଣ ଦାସ, ସୁଜାତା ସାହୁ, ଗଙ୍ଗାଧର ସାହୁ, ଅଶ୍ୱିନୀ କୁମାର ମିଶ୍ର, ରାମାଶିସ୍ ହଜ୍ରା, ସୁଶାନ୍ତ କୁମାର ମହାନ୍ତି, ଜ୍ୟୋତି ପ୍ରକାଶ ଦାସ, ସୀତାସୁଂ କୁମାର ରାଉତ ଏବଂ କୃଷ୍ଣ ପ୍ରସାଦ ପାଟିଲ।

Comments are closed.