Latest Odisha News

ରାଜ୍ୟରେ ୨ ହଜାର ତଳକୁ ଖସିଲା କରୋନା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ଧୀରେ ଧୀରେ ତଳମୁହାଁ ହେଉଛି ମାରାତ୍ମକ ଭାଇରସ । ଆଜି ଦୀର୍ଘ ଦିନ ପରେ ରାଜ୍ୟରେ ୨ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ୧୯୮୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୫୬ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୮୨୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଆଜି ମଧ୍ୟ ଶୀର୍ଷରେ ରହିଛି ଖୋର୍ଦ୍ଧା । ଜିଲ୍ଲାରୁ ଆଜି ସର୍ବାଧବକ ୩୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରୁ ୧୧୯ଜଣ, ବାଲେଶ୍ୱର ଜିଲ୍ଲାରୁ ୮୬ଜଣ, ବରଗଡ଼ ଜିଲ୍ଲାରୁ ୪୬ଜଣ, ଭଦ୍ରକ ଜିଲ୍ଲାରୁ ୬୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୮ଜଣ, ବୌଦ୍ଧ ଜିଲ୍ଲାରୁ ୧୧ଜଣ, କଟକ ଜିଲ୍ଲାରୁ ୧୪୫ଜଣ, ଦେଓଗଡ଼ ଜିଲ୍ଲାରୁ ୧୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୫ଜଣ, ଗଜପତି ଜିଲ୍ଲାରୁ ୧୦ଜଣ, ଗଞ୍ଜାମ ଜିଲ୍ଲାରୁ ୨୪ଜଣ, ଗଜତସିଂହପୁର ଜିଲ୍ଲାରୁ ୫୫ଜଣ, ଯାଜପୁର ଜିଲ୍ଲାରୁ ୮୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୦ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩ଜଣ, କନ୍ଧମାଳ ଜିଲ୍ଲାରୁ ୨୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୫ଜଣ, କେନ୍ଦୁଝର ଜିଲ୍ଲାରୁ ୫୯ଜଣ, କୋରାପୁଟ ଜିଲ୍ଲାରୁ ୪୩ଜଣ, ମାଲକାନଗିରି ଜିଲ୍ଲାରୁ ୪୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୦୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୨ଜଣ, ନୟାଗଡ଼ ଜିଲ୍ଲାରୁ ୩୩ଜଣ, ନୂଆପଡ଼ା ଜିଲ୍ଲାରୁ ୩୭ଜଣ, ପୁରୀ ଜିଲ୍ଲାରୁ ୭୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୦ଜଣ, ସମ୍ବଲପୁର ଜିଲ୍ଲାରୁ ୩୮ଜଣ, ସୋନପୁର ଜିଲ୍ଲାରୁ ୪୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୮ଜଣ, ଷ୍ଟେଟ ପୁଲରୁ ୬୫ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୦୩୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୨୩୦୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୪୬୮୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.