Latest Odisha News

BREAKING NEWS

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ: ଜେଲରେ ଦୋଷୀ ୟୁସୁଫ ମେମନଙ୍କ ମୃତ୍ୟୁ

ମୁମ୍ବାଇ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାର ଦୋଷୀ ୟୁସୁଫ ମେମନଙ୍କର ଶୁକବ୍ରାର ନାସିକ ଜେଲରେ ମୃତ୍ୟୁ ଘଟିଛି । ଟାଇଗର ମେମନଙ୍କ ଭାଇ ୟୁସୁଫ ଏଠାରେ ଆଜୀବନ ସଜା କାଟୁଥିଲେ । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ୨୦୦୭ରେ କୋର୍ଟ ଦଣ୍ଡାଦେଶ ଘୋଷଣା କରିବା ପରେ ପ୍ରଥମେ ମୁମ୍ବାଇର ଆର୍ଥର ରୋଡରେ ପରେ ନାସିକ ଜେଲକୁ ପଠାଇ ଦିଆଯାଇଥିଲା ।

ସୂଚାନାଯୋଗ୍ୟ, ଏହି ବୋମା ବିସ୍ଫୋରଣରେ ୩୧୭ଜଣଙ୍କ ମୃତ୍ୟୁ ଘଟିଥିଲଶ । ଅଣ୍ଡର ୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ନାମ ଉଠିବା ପରେ ସେ ଭାରତ ଛାଡି ପଳାଇଥିଲେ । ଘଟଣାର ମାଷ୍ଟରମାଇଣ୍ଡ ଟାଇଗର ମେମନଙ୍କୁ ୨୦୧୫ରେ ତାଙ୍କୁ ଫାଶୀ ଦିଆଯାଇଥିଲା ।

Leave A Reply

Your email address will not be published.