Latest Odisha News

BREAKING NEWS

କରୋନା କାଳରେ ଓଡ଼ିଶାରେ ଲକ୍ଷେ କୋଟି ପୁଞ୍ଜି ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ଇଷ୍ଟର୍ଣ୍ଣ ଇଣ୍ଡିଆରେ ମାନୁଫାକଚରିଂ ହବ୍ ଭାବରେ ଉଭା ହେଉଛି ଓଡ଼ିଶା । ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଫାଇଭ-ଟି ଓ ମୋ ସରକାର ବଡ଼ ପରିବର୍ତ୍ତନ। ଫିକି ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ‌ ବୈଠକରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ଗତ କିଛିବର୍ଷ ହେବ ଆଗରେ ରହିଛି। କରୋନା କାଳରେ ରାଜ୍ୟକୁ ୧ ଲକ୍ଷ କୋଟି ଟଙ୍କାର ନିବେଶ ଆସିଛି। ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି। ୨୦୧୯ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ନିବେଷକାରୀଙ୍କୁ ଆକୃଷ୍ଟ କରିବାରେ ଏକ ନମ୍ବର ସ୍ଥାନରେ ରହିଥିଲା ଓଡ଼ିଶା।

ଅନୁଗୁଳ ଓ ଝାରସୁଗୁଡ଼ାରେ ସରକାର ଆଲୁମିନିୟମ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଏବଂ କଳିଙ୍ଗନଗରରେ ଷ୍ଟିଲ ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କରାଯାଉଛି। ସେହିପରି ପାରାଦୀପକୁ କେମିକାଲ ଓ ପେଟ୍ରୋ କେମିକାଲ ଇଣ୍ଡଷ୍ଟ୍ରି ଭାବରେ ବିକଶିତ କରୁଛନ୍ତି ସରକାର। ବିଶ୍ବସ୍ତରରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ଗଢି ତୋଳିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.