Latest Odisha News

ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଅନୁମୋଦନ କଲେ ୩ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ  ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କ ଚିକିତ୍ସା ନିମନ୍ତେ ସରକାରଙ୍କ ତରଫରୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଶ୍ରୀ ସୂର୍ଯ୍ୟବଂଶୀ ପଦ୍ମଶ୍ରୀ ସ୍ୱାଇଁଙ୍କ ପରିବାରବର୍ଗଙ୍କ ସହ ଫୋନରେ କଥାହୋଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ପରେ ଗଞ୍ଜାମର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରି ଶ୍ରୀ ସ୍ୱାଇଁଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସାସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରକାଶଯୋଗ୍ୟ ଯେ ଶ୍ରୀ ସ୍ୱାଇଁ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ର ଗୋବିନ୍ଦପୁର ଗ୍ରାମର ଲୋକନାଟକ କୃଷ୍ଣଲୀଳାର ଗାୟକ ଶ୍ରୀ ସ୍ୱାଇଁ ଓଡ଼ିଶାର ଲୋକକଳା ଜଗତର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ । ଓଡ଼ିଶାର ଲୋକକଳାର ଆଦୃତି ନିମନ୍ତେ ସେ ବିଶେଷ ଅବଦାନ ଦେଇଛନ୍ତି । କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା ।

Comments are closed.