Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୧

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସ୍ୱୟଂ ଅବତାରୀପଠନ ତାଙ୍କରିଠାରୁ ବିଭିନ୍ନ ଅବତାର ସୃଷ୍ଟି ହୋଇ ପୁନଶ୍ଚ ତାଙ୍କରିଠାରେ ଲୀନ ହୁଅନ୍ତି।
ଏହାର ପ୍ରମାଣ ଆମ ଶାସ୍ତ୍ରରେ ଅନେକ ଅଛି ।

ସର୍ବଦା ନୀଳାଦ୍ରି ରେ ସ୍ଥିତି
ଏଣୁ ସକଳେ ଜାତ ହୋନ୍ତି ।
ସମସ୍ତ ଅବତାର ମାନ
ଜାତ ହୋଇଣ ପଶେ ପୁଣ ।

ଏହା ହେଉଛି ଭକ୍ତ ବଳରାମ ଦାସଙ୍କ ବେଦାନ୍ତ ସାର -ଗୁପ୍ତ ଗୀତାର ବାକ୍ୟ । ଏମିତି ଅନେକ ମହାପୁରୁଷ ଲେଖିଯାଇଛନ୍ତି। ଧିରେ ଧିରେ ତାର ଆଲୋଚନା କରିବା। ବଳରାମ ଦାସଙ୍କ ଉପଲବ୍ଧି ହେଲା, ଶ୍ରୀଜଗନ୍ନାଥଙ୍କ ଶରୀର ରୁ(ଶ୍ରୀଅଙ୍ଗ )ଅବତାରମାନ ସୃଷ୍ଟି ହୋଇ, ଲିଳା ଶେଷରେ ପୁଣି ଶ୍ରୀଅଙ୍ଗରେ ଲୀନ ହୁଅନ୍ତି। କିନ୍ତୁ ଆଜିର ଆଲୋଚନା ହେଉଛି ସମସ୍ତ ଗ୍ରହମାନଙ୍କର ଶ୍ରୀଜଗନ୍ନାଥଙ୍କ ସହ ସମ୍ପର୍କ ?

ପ୍ରଥମେ ଏହି ଅବତାରମାନଙ୍କ କଥା ବିଚାର କରିବା। ଶାସ୍ତ୍ର କହେ “ସୂର୍ଯ୍ୟ ରୂପୀ ନୃସିଂହଞ୍ଚ, ରାମ ଚନ୍ଦ୍ରସ୍ୟ ଚନ୍ଦ୍ରମା। ପର୍ଶୁରାମ ତଥା ଭୌମ, ବାମନଚ ବୁଧଂ ସ୍ତଥା, ଜୀବରାମ ସ୍ୱରୂପଞ୍ଚ ଶୁକ୍ର ଶୁକର ରୂପଧୃକ, କଳ୍କୀ ରୂପୀଞ୍ଚ ସୌରୀ, ରାହୁ ବୌଦ୍ଧ ରୂପଧୃ୍କ, କେତୁସ୍ତୁ କୂର୍ମରୂପାୟ, ମୀନ ରୂପସ୍ୟ ଲଗ୍ନକୌ ଜୟେତ ଚିନ୍ତୟେତସ୍ୟ, ଗ୍ରହରୂପୀ ଜନାର୍ଦ୍ଦନ । ” ଅର୍ଥାତ ନୃସିଂହ ଅବତାରଙ୍କୁ ରବି, ରାମଚନ୍ଦ୍ର ଙ୍କୁ ଚନ୍ଦ୍ର ପର୍ଶୁରାମ ମଙ୍ଗଳ, ବାମନଙ୍କୁ ବୁଦ୍ଧ ବଳରାମଙ୍କୁ ବୃହସ୍ପତି, ଶୁକର ଅବତାରଙ୍କୁ ଶୁକ୍ର, କଳ୍କୀଙ୍କୁ ଶନି ବୁଦ୍ଧ ଅବତାରଙ୍କୁ ରାହୁ, କଚ୍ଛପ ଅବତାରଙ୍କୁ କେତୁ, ତଥା ମୀନ ଅବତାରଙ୍କୁ ଲଗ୍ନ ରୂପେ ବିବେଚନା କରି ଶେଷରେ ଶାସ୍ତ୍ରକାର ମାନେ ଶ୍ରୀଜଗନ୍ନାଥଙ୍କୁ “ଗ୍ରହ ରୂପୀ ଜନାର୍ଦ୍ଦନ “ବୋଲି ସମ୍ବୋଧନ କରି ସବୁ ଗ୍ରହମାନଙ୍କ ଏକ ସମନ୍ୱୟ ରୂପ ଭାବରେ ଚିତ୍ରଣ କରିଛନ୍ତି। ସେ ହିଁ ସର୍ବ ଗ୍ରହମାନଙ୍କର ଅଧିପତି ବୋଲି ବିବେଚିତ ହୋଇଛନ୍ତି। ତେଣୁ ଶ୍ରୀଜଗନ୍ନାଥଙ୍କ ଉତ୍ତରାୟଣ ବନ୍ଦାପନା ସମୟରେ ସେବାୟତମାନେ ସର୍ବଗ୍ରହ ସ୍ୱରୂପାୟ ରୂପରେ ବନ୍ଦାପନା କରିଥାନ୍ତି। ଯଥା ସର୍ବଗ୍ରହ ସ୍ୱରୂପାୟ ଦଶାନାଥ ଜନାର୍ଦ୍ଦନ, ଖଗୋଳାଧିପତି ସାକ୍ଷାତ ଅୟନା ଦ୍ରକ୍ଷ ସର୍ବଦା। ଏହି ଶ୍ଳୋକରୁ ଜାଣିହେଉଛି ଶ୍ରୀଜଗନ୍ନାଥ ହେଉଛନ୍ତି ଗ୍ରହମାନଙ୍କର ମହାଗ୍ରହ। କାଳର ମହାକାଳ। ଆଗକୁ ଆହୁରି ବିସ୍ତୃତ ଆଲୋଚନା ଜାରି ରଖିବା। ଏବେ କିନ୍ତୁ ଆରାଧନା ଓ ଭlଗବତ ପଠନ।

ମୁହିଁ ସକଳ ଭାବେ ସାକ୍ଷୀ
ମୋବିନୁ ଆନ ନାହିଁ ଲକ୍ଷି ।
ମୁହିଁ ମୋହର ଆଶ୍ରେ ଥାଇ
ଏଣୁ ନିରାଧlର ବୋଲାଇ ।
ମୁହିଁ ସକଳ ଅବଶେଷେ
କେବଳ ଥାଇ ନିଜ ଅଂଶେ ।
ଏହାକୁ ସଂlଖ୍ୟ ଯୋଗ କହି
ଏ ଜ୍ଞାନେ ସଂଶୟ ନଥାଇ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.