Latest Odisha News

ଭାରତକୁ ୪ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ମୋହାଲି:ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ୪ ଉଇକେଟରେ ହରାଇଛି ଅଷ୍ଟ୍ରେଲିଆ । ଭାରତ ବଡ଼ ଟାର୍ଗେଟ ଦେଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଭାରତକୁ ୪ ଓ୍ବିକେଟରେ ପରାସ୍ତ କରିଛି ।  ଭାରତ ଦେଇଥିବା ୨୦୯ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ  ୧୯.୨ ତମ ଓଭରରେ ୨୧୧ ରନ କରି ହାସଲ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ କାମେରନ ଗ୍ରୀନ ସର୍ବାଧିକ ୬୧ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୩୫ ରନ କରିଥିଲଷ ।  ଅଧିନାୟକ ଆରନ ଫିଞ୍ଚ୍ ୨୨ରନ କରିଥିଲେ ।  ଶେଷ ବେଳକୁ ମାଥ୍ୟ ଓ୍ବାଡେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୧ଟି ବଲରେ ୪୫ ରନ କରି ଅଷ୍ଟ୍ରେଲିଆକୁ ଜିତାଇଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲଙ୍କୁ ୩ଟି ଉଇକେଟ ମିଳିଥିବା ବେଳେ ଉମେଶ ଯାଦବଙ୍କୁ ୨ଟି ଉଇକେଟ ମିଳିଥିଲା । ଚହଲ ଗୋଟିଏ ଉଇକେଟ ନେଇଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରି  ଅଷ୍ଟ୍ରେଲିଆ ଆଗରେ ୨୦୯ ରନ୍ ଟାର୍ଗେଟ ଦେଇଥିଲା । ଷ୍ଟ୍ରାଇକ ରେଟକୁ ନେଇ କେଏଲ ରାହୁଲଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଥିଲା । କିନ୍ତୁ ଆଜି ଭାରତ ପକ୍ଷରୁ  ଭଲ ବ୍ୟାଟିଂ କରିଥିଲେ କେଏଲ ରାହୁଲ ।  କେଏଲ ରାହୁଲ  ୩୫ ବଲରୁ ୪ଟି ଚୌକା ଏବଂ ୩ଟି ଛକା ସହାୟତାରେ ୫୫ରନ କରି ଆଉଟ ହୋଇଥିଲେ। ଅଧିନାୟକ ରୋହିତ ଶର୍ମା ୧୧ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି ୨ ରନ କରିବାକୁ ସକ୍ଷମ ହୋଇଥିଲେ । ସେହିଭଳି ସୂର୍ଯ୍ୟକୁମାର ଯାଦବ  ୨୫ ବଲ ଖେଳି ୨ ଚୌକା ଏବଂ ୪ଟି ଛକା ବଳରେ ୪୬ ରନ କରିଥିଲେ । ଅକ୍ଷର ପଟେଲ ୬ରନ ଏବଂ ଦିନେଶ କାର୍ତ୍ତିକ ୬ ରନ କରି ଆଉଟ ହୋଇଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୩୦ ବଲରୁ ୭ ଚୌକା ଏବଂ ୫ ଛକା ସହାୟତାରେ ୭୧ ରନ କରି ଅପରାଜିତ ଥିଲେ । ହର୍ଷଲ ପଟେଲ ମଧ୍ୟ ୭ ରନ କରି ଅପରାଜିତ ଥିଲେ ।  ୨୦ ଓଭରରେ ୬ ଉଇକେଟ ହରାଇ ୨୦୮ ରନ କରିଥିଲା ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ୍‌ ଇଲାଇସ୍‌  ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ଜୋସ ହେଜେଲଉଡ  ୨ ଓ୍ବିକେଟ୍ ନେଇଥିଲେ  ।

Leave A Reply

Your email address will not be published.